କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ର ୩ ଟି ଜାଗା ରେ ମାଓ ପୋଷ୍ଟର

0
296

 

କଳାହାଣ୍ଡି,୧୧/୦୩/୨୦୨୦:ଲାଞ୍ଜିଗଡ ବ୍ଲକ ର ଦୁର୍ଗମ ଅଂଚଳରେ ମାଓବାଦୀ ମାନେ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଉଥିବା ବେଳେ ଆଜି ପୁଣି ଥରେ ବେନ ଗାଁ, ଦମାଘାଟି ଓ ବିଜେପୁର ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।ଏହି ପୋଷ୍ଟରରେ ଏଥର କଳାହାଣ୍ଡି ଆରଟିଓ କୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦିଆଯାଇଛି ଦୁଇ ଚକିଆ ଓ ଚାରି ଚକିଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନେକ ଯୁବକକୁ ଜାଣି ଶୁଣି ହଇରାଣ କରାଯାଉଛି ସେଇତିପାଇ ପ୍ରତେକ ପଞ୍ଚୟତ ରେ ଆର୍ଟିଓ କେମ୍ପ ଖୋଲିବା ପାଇଁ ଦାବି କରାଯାଇଛି ।ଲାଞ୍ଜିଗଡ-ବେନ ଗାଁ ପ୍ରଧାନ ମନ୍ତ୍ରୀ ରାସ୍ତା କୁ ବନ୍ଧ କରିବା ପାଇଁ ପୋଷ୍ଟରରେ ଉଲେଖ ରହିଥିବାବେଳେ କିଛି ଲୋକ ମାଓ ବିରୋଧୀ କାମ କରୁଛନ୍ତି ଓ ପୁଲିସ ର ଖବର ଦାତା ସାଜି ସୂଚନା ଦେଉଛନ୍ତି ସେଥିପାଇଁ ସେମାନଙ୍କୁ ମୃତୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଦର୍ଶାଯାଇଛି ଯଦି ଠିକାଦାର ଓ ଅଧିକାରୀ ମାମଲା ର ସମାଧାନ ନ କରନ୍ତି ପ୍ରଜାକୋର୍ଟ ରେ ନିଷ୍ପତ୍ତି ଚେତାବନୀ ପୋଷ୍ଟର ରେ ରାୟଗଡା ଓ କଳାହାଣ୍ଡି ଏରିଆ କମିଟି ବୋଲି ଉଲ୍ଲେଖ ରହିଛି।

LEAVE A REPLY

Please enter your comment!
Please enter your name here