ଓ୍ଵାଇ ଏମ ସି ଏ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0
294

ବ୍ରହ୍ମପୁର,୧୧/୦୩/୨୦୨୦(ବ୍ୟୁରୋ ରିପୋର୍ଟ) ଓ୍ଵାଇ ଏମ ସି ଏ ବ୍ରହ୍ମପୁର ଆନୁକୂଲ୍ୟରେ ସ୍ଥାନୀୟ ହିଲପାଟଣା ଠାରେ ଆଜି ମହିଳା ସମାବେଶ ସାଙ୍ଗରେ ଚାରିଟି ନିମନ୍ତେ “ଫନ ଆଣ୍ଡ ଫୂଡ଼ ବଜ଼ାର ” ର ଆୟୋଜନ କରାଯାଇଥିଲା l ଏହି ଉତ୍ସବ ରେ ବହୁ ଜନ ସମାଗମ ହେଇଥିଲା l
ମହିଳା ଦିବସ ଉପଲକ୍ଷେ ଆଲୋଚନା ସଭାରେ ସଭାନେତ୍ରୀ ଲେନା ଚାନ୍ଦ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ ଓ୍ଵାଇ ଏମ ସି ଏ ସମାଜ ରେ ମହିଳା ମାନଙ୍କ ନିମନ୍ତେ ବିହୁବିଧ ମଙ୍ଗଳ କାର୍ଯ୍ୟ କରିଆସୁଛି ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟାନ୍ୟ ମାନ୍ୟ ଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ନାରୀ ହସ୍ପିଟାଲ ର ଡ. ନୀଲାଙ୍ଗି, ମହାନସଙ୍ଘର ସଭାପତି ସୁଶାନ୍ତ କୁମାର ସାବତ, କିନ୍ନର ସଙ୍ଘର ସଭାନେତ୍ରୀ ସ୍ବୀଟି ରାଣୀ, ଇନେର ହୁଇଲ କ୍ଲୁବର ନେତ୍ରୀ ଶ୍ରୀମତୀ ଚିରଞ୍ଜୀବି, ସେବାର ସମ୍ପାଦିକା ଅଳକା ସାହୁ, ଏଚ ଏଚ ଆର ସି ଟିମର ସଂସ୍ଥାପକ ରାଜେନ୍ଦ୍ର କୁମାର ପାତ୍ର, ବନ୍ଦିତା ଦାସ, ରଞ୍ଜନା ମିଶ୍ର, ସୁଦିପ ସାହୁ, ସସ୍ମିତା ସାହୁ ପ୍ରମୁଖ ଅତିଥି ମାନେ ମଂଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ l

ସଭାରେ ବୋର୍ଡ ସଦସ୍ୟା ରତ୍ନlମଣି କଟନ ସ୍ୱାଗତ ସମ୍ଭାଷଣ ଦେଲାବେଳେ ଇପ୍ସିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଜ୍ୟକ୍ରମ କୁ ଶାନ୍ତିନଳିନୀ, ଟ୍ୱିଙ୍କିଲ ଗମାଙ୍ଗ, କାଁହୁ ରାଉତ ସଂଯୋଜନା କରିଥିଲେ l ସଂଗଠନରେ ଉତ୍ତମ ଓ ଦକ୍ଷ କାର୍ଯ୍ୟ ନିମନ୍ତେ ବୋର୍ଡ ସଦସ୍ୟା ଅର୍ଚନା ନାୟକ ଓ ଭାଗ୍ୟଶ୍ରୀ ମହାରଣା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଅନ୍ୟ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷ ମଧ୍ୟରେ ସାମ୍ବାଦିକ ସୁଦିପ ସାହୁ, କାଁହୁ ରାଉତ, ଟ୍ୱଇଙ୍କଲ ଗମାଙ୍ଗ, ଏଚ ଏଚ ଆର ସି ଟିମ ସମ୍ବର୍ଦ୍ଧିତ ହୋଇଥିଲେ l ସଭା ଶେଷର ଲଟେରୀ ଉଠାନ କାର୍ଜ୍ୟକ୍ରମ ଆୟୋଜିତ ହେଇଥିଲା l ଏଥିରେ ପ୍ରଥମ ୨୦ ଜଣ ଙ୍କୁ ପରିସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସଙ୍ଗଠନ ର କୋଷାଧକ୍ଷl ରଶ୍ମିରେଖା ମହାନ୍ତି, ସୁନନ୍ଦା ମହାନ୍ତି, ପଦ୍ମିନୀ ପାତ୍ର, ସବିତା ମହାପାତ୍ର, ଏଲିଜେବେଥ ପ୍ରମୁଖ ସଦସ୍ୟା ମାନେ ପରିଚାଳନା ରେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here