ସର୍ବଭାରତୀୟ ପୁଲିସ କ୍ରୀଡ଼ାରେ ଓଡିଶା ପୁଲିସ ର କୃତିତ୍ୱ

0
313

 

ବ୍ରହ୍ମପୁର,୧୨/୦୩/୨୦୨୦(ବ୍ୟୁରୋ ରିପୋର୍ଟ) ସମ୍ପ୍ରତି ହରିୟାଣା ର ପଞ୍ଚକୁଲ। ଠାରେ ଇଣ୍ଡୋ ତିବତୀୟ।ନ ବର୍ଡର ପୁଲିସ ପକ୍ଷରୁ ଆୟୋଜିତ ୬୮ତମ ସର୍ବ ଭାରତୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଓଡିଶା ପୁଲିସର ଲାନ୍ସ ନାଏକ ଭାବେ କାର୍ଯ୍ୟ କରୁଥିବା ବିଘ୍ନରାଜ ମିରିଡ଼ିଆ ବ୍ରୋଞ୍ଜ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି।। ବିଘ୍ନରାଜ ପୁରୁଷ ବିଭାଗ ୪୭.୩୧ ସେକେଣ୍ଡ ରେ ୪୦୦ ମିଟର ଅତିକ୍ରମ କରି ଏହି କୃତିତ୍ୱ ହାସଲ କରିଛନ୍ତି। ବିଘ୍ନ ରାଜ ଙ୍କ ଏହି କୃତିତ୍ୱ ପାଇଁ ଓଡିଶା ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଅଭୟ ଶୁଭେଚ୍ଛା ଜଣାଇଛନ୍ତି।ଶ୍ରୀ ମିରିଡ଼ିଆ ଓଡିଶା ଫେରିବା ପରେ ଗତକାଲି ରାଜ୍ୟ ପୁଲିସ ମୁଖ୍ୟାଳୟ ରେ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଅଭୟ ଙ୍କୁ ସୌଜନ୍ୟ ମୂଳକ ସାକ୍ଷତ କରିଥିଲେ।ବର୍ତ୍ତମାନ ମିରିଡ଼ିଆ କଟକ ଠାରେ ଓଏସପି ର ଷଷ୍ଠ ବାଟାଲିଅନ ରେ ଲାନ୍ସ ନାଏକ ଭାବେ କାର୍ଯ୍ୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here