ଶାସ୍ତ୍ରୀୟ ଭାଷା ମାନ୍ୟତା ଦିବସ

0
417

ବ୍ରହ୍ମପୁର,୧୨/୦୩/୨୦୨୦:(ବ୍ୟୁରୋ ରିପୋର୍ଟ) ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ଦ୍ବାରା ଗେଟ ବଜାରସ୍ଥ ଏନ.ଜି.ଓ ହଲ ଠାରେ ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ କରାଯାଇଛି । ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଯିତ ସମାରୋହରେ ଡା.କୈଳାସ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲା ବେଳେ ଡା.ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା, ଡା.ଚନ୍ଦ୍ର ମଣି ସ୍ବାଇଁ ଓ ଶ୍ରୀମତୀ ଅମିତା ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରଥମେ ଡା.ସଙ୍କର୍ଷଣ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସାଧାରଣ ସମ୍ପାଦକ ମହମ୍ମଦ ଆସଲାମ ବିବରଣୀ ପାଠ କରିଥିଲେ ଓ ଶ୍ରୀ ଶ୍ୟାମସୁନ୍ଦର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ । ଭାଷାର ବହୁଳ ବ୍ୟବହାର ନହେଲେ କେବଳ ଶାସ୍ତ୍ରୀୟତା ଭାଷାକୁ ସୁଦୂର ପ୍ରସାରୀ କରି ପାରିବ ନାହିଁ ବୋଲି ମଂଚାସୀନ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ଉପଲକ୍ଷେ ଆୟୋଯିତ କବିତା ଆସର ରେ ସର୍ବଶ୍ରୀ ଶରତ ଚନ୍ଦ୍ର ଦାସ, ମନୋଜ କୁମାର ପାଢୀ, ଶାରଦା ପ୍ରସନ୍ନ ମିଶ୍ର, ଡା ସନ୍ତୋସ କୁମାର ଦାସ, ଡା ସଙ୍କର୍ଷଣ ପାତ୍ର, ଶ୍ରୀମତୀ ଜ୍ୟୋସ୍ନାରାଣୀ ସ୍ବାଇଁ, ସୁଧାଞଳୀ ମିଶ୍ର, ବନ୍ଦନା ମହାପାତ୍ର, ସ୍ବର୍ଣମୟୀ ପାଢୀ, ଅମିତା ମିଶ୍ର ପ୍ରମୂଖ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡା.ସାଗର ରଞନ ତ୍ରିପାଠୀ, ଡ.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ୟାମସୁନ୍ଦର ଖାଡଙ୍ଗା, ଅଧ୍ୟାପକ ଶାନ୍ତନୁ କୁମାର ମଣି, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ମହେନ୍ଦ୍ରନାଥ ସାହୁ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ଡ.ସନ୍ତୋସ କୁମାର ଦାସ ପ୍ରମୂଖ ଶାସ୍ତ୍ରୀୟ ଭାଷା ସମ୍ବନ୍ଧରେ କହିଥିଲେ ।

LEAVE A REPLY

Please enter your comment!
Please enter your name here