ଏମକେସିଜି ହସ୍ପିଟାଲ ରେ ଆରମ୍ଭ ହେଲା କରୋନା ନମୁନା ପରିକ୍ଷା

0
148

 

ବ୍ରହ୍ମପୁର,୧୩/୦୪/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ରାଜ୍ୟରେ ଏହା ଏକ ପ୍ରକାର ନିୟନ୍ତ୍ରଣାଧିନ ରହିଛି । ସଂକ୍ରମଣ କମ ହେଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତକାଲି ଠାରୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇଛି କୋଭିଡ଼-୧୯ ନମୁନା ପରୀକ୍ଷା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୫୪ଜଣ କରୋନା ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ବତ୍ତର୍ମାନ ୪୦ଜଣ କରୋନା ଆକ୍ରାନ୍ତରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here