କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ ଏବଂ ମା କାଜୁ ଇଣ୍ଡଷ୍ଟ୍ରି ତରଫରୁ ମାସ୍କ, ସାବୁନ ବଣ୍ଟନ

0
152

 

ଗଞ୍ଜାମ, ୧୫/୦୪/୨୦୨୦ ( ଟୁକୁନା ପ୍ରଧାନ) – : କରୋନା ମହାମାରୀକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ବେସରକାରୀ ଅନୁଷ୍ଠାନ, ମହିଳା ସଂଘ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ଯ ଅଣ୍ଟା ଭିଡିଛନ୍ତି । ସେହିପରି ଆଜି କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ ଗଞ୍ଜାମ ଶାଖା ଏବଂ ମା କାଜୁ ଇଣ୍ଡଷ୍ଟ୍ରି ଅଙ୍ଗାରଗାଁ ତରଫରୁ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ବୋରିଆସାହି ଏବଂ ଗିଲୁଣ୍ଡା ଗ୍ରାମ ରେ ମାସ୍କ ଓ ସାବୁନ ବାଣ୍ଟିବା ସହ ଲୋକଙ୍କ ମଧ୍ୟରେ କରୋନା ନେଇ ସଚେତନତା ସୃଷ୍ଟି କରାଯାଇଥିଲା । ଏଥିରେ ମାନବାଧିକାର ସୁରକ୍ଷା ସଂଗଠନ ର ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସଦସ୍ୟ ସୁସାନ୍ତ ବେହେରା, ମା କାଜୁ ଇଣ୍ଡଷ୍ଟ୍ରି ପକ୍ଷରୁ କେ. ପ୍ରଶାନ୍ତ କୁମାର ପାତ୍ର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ସାମ୍ବାଦିକ ପବିତ୍ର କୁମାର ରାଉତ, ସୁଧାକର ମହାରଣା, ଆରତ ବେହେରା, ନନ୍ଦନ କୁମାର ଭୂୟାଁ, ରାଜନେତା ନାରାୟଣ ସୁମନ୍ତରାୟ, ବିଜୁ ଯୁବ ବାହିନୀ ବ୍ଲକ ସଂଯୋଜକ ବିଭୂତି ପ୍ରଧାନ ସମେତ ଅନ୍ୟମାନେ ଯୋଗ ଦେଇ ସହଯୋଗ କରିବା ସହ ସଚେତନ କରିଥିଲେ । ଏହି ଦୁଇ ଅନୁଷ୍ଠାନ ର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here