ଗୁଡ଼ିପଲ୍ଲୀ ଗାଁ ରେ ମାସ୍କ ବାଣ୍ଟିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

0
149

 

ଗଞ୍ଜାମ, ୧୫/୦୪/୨୦୨୦(, ଟୁକୁନା ପ୍ରଧାନ) – : କରୋନା ମହାମାରୀକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ କିଛି ବେସରକାରୀ ଅନୁଷ୍ଠାନ, ମହିଳା ସଂଘ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ମଧ୍ଯ ଅଣ୍ଟା ଭିଡିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଡ଼ିପଲ୍ଲୀ ଗ୍ରାମର ମା ସିଂହାସନୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିଜସ୍ୱ ଉଦ୍ୟମରେ ଗାଁ ରେ ହାତ ତିଆରି ମାସ୍କ ଓ ସାବୁନ ବାଣ୍ଟିବା ସହ ଲୋକଙ୍କ ମଧ୍ୟରେ କରୋନା ନେଇ ସଚେତନା ସୃଷ୍ଟି କରାଇଯାଇଥିଲା । ମହିଳାଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here