କରୋନା କାର୍ଯ୍ଯ କରୁଥିବା ଅଙ୍ଗନବାଡିକର୍ମୀ ଙ୍କ ମୃତ୍ଯୁରେ ଶୋକ ପ୍ରକାଶ

0
306

 

ଶେରଗଡ,୨୩/୦୪/୨୦୨୦: ବୀରମହାରାଜପୁର ବ୍ଳକର ଆଇସିଡିଏସ୍ ର ଅଙ୍ଗନବାଡିକର୍ମୀ କିଶୋରୀ ଥାଟି (୫୬)ଆଜି ସକାଳେ ତାଙ୍କ ଅଂଚଳରେ କରୋନା ସର୍ଭେ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଯିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବୀରମହାରାଜା ପୁର ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥଲା,କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ଫଳରେ ରାଜ୍ୟ ଅଙ୍ଗନବାଡିକର୍ମୀ ମହଲରେ ଶୋକର ଛାୟା ଖେଳିଯାଇଛି।କିଶୋରୀ ଙ୍କ ମୃତ୍ଯୁରେ ଶେରଗଡ ଅଙ୍ଗନବାଡି କର୍ମୀ ଙ୍କ ପକ୍ଷରୁ ସୁଶ୍ରୀ ପୁଷ୍ପାଞ୍ଜଳି ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି।ଗଞ୍ଜାମ ଜିଲ୍ଲା ଅଲ୍ ଓଡିଶା ଅଙ୍ଗନବାଡି କର୍ମୀ ଲେଡିସ ଏସୋସିଏସନ ନେତ୍ରୀ ରଂଜିତା ରଥ ଓ ହିଞିଳିକାଟୁ ଶାଖା ପକ୍ଷରୁ ରାଜଲକ୍ଷ୍ମୀ ପାଢୀ ମୃତା ଅଙ୍ଗନବାଡି ପରିବାର କୁ ୫୦ଲକ୍ଷ ଟଙ୍କା ସହାୟତା ଦେବାକୁ ମୂଖ୍ଯମନ୍ତୀ ଙ୍କ ନିକଟରେ ଦାବି କରିଛନ୍ତି ।

ରିପୋର୍ଟ: ଡାକ୍ତର ହୃଷୀକେଶ ମହାନ୍ତି

LEAVE A REPLY

Please enter your comment!
Please enter your name here