ଲକଡାଉନ ପ୍ରଭାବରେ ବ୍ୟବସାୟ ବନ୍ଦ ଯୋଗୁଁ ଚିନ୍ତାରେ ଶିଙ୍ଗ କାରିଗରୀ

0
343

 

ପାରଳାଖେମୁଣ୍ଡି,୨୩/୦୪/୨୦୨୦: କରୋନା ମୁକାବିଲା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଅତି ଆବଶ୍ୟକ ସାମଗ୍ରୀକୁ ବାଦଦେଲେ ଅନ୍ୟ ସମସ୍ତ ଦୋକାନ ବଜାର, କୁଟିର ଶିଳ୍ପ ଆଦି ବନ୍ଧ ରହିଛି। ବର୍ତ୍ତମାନ ଲକତାଉନରେ ସାମାନ୍ୟ କୋହଳ କରାଯାଇ ମରାମତି ଦୋକାନ, ସିମେଣ୍ଟ ଆଦି କିଛି ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଥିବା ବେଳେ କୁଟିର ଶିଳ୍ପ କଥା ସଂପୂର୍ଣ୍ଣ ଭୁଲି ଯାଇଛନ୍ତି। ଏହାଦ୍ୱାରା ଅନେକ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏହିଭଳି ଏକ ଗୋଷ୍ଠୀ ହେଉଛନ୍ତି ଶିଙ୍ଗ କାରିଗରୀ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କିଛି ପରିବାର ନିଜର କୈାଳିକ ବୃତ୍ତି ଭାବେ ଶିଙ୍ଗ କାମକୁ ଭରସା କରି ଜୀବିକା ନିର୍ବାହ କରିଛନ୍ତି। ଲକଡାଉନ୍ ଯୋଗୁଁ ଯାତାୟତ ପାଇଁ କୈାଣସି ସୁବିଧା ନଥିବାରୁ କଞ୍ଚାମାଲ ଆସୁନଥିବାରୁ ସେମାନଙ୍କ ଜିବିକା ହରାଇ ବସିଛନ୍ତି। ଗତ ଏକ ମାସ ହେବ ଏଭଳି ସ୍ଥିତି ଲାଗି ରହିଥିବାରୁ ଅର୍ଥିକ ସ୍ଥିତି ଦୁର୍ବଳ ହୋଇଥିବ କାରିଗରୀ ମାନେ କହିଛନ୍ତି। ତେଣୁ ସେମାନଙ୍କୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସହାୟତା କରିବାକୁ ଅନୁରୋଧ କରିଛନ୍ତି।

ରିପୋର୍ଟ: ପ୍ରଭାତ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here