“ମୋ ନାମ ଚନ୍ଦ୍ରଭାନୁ” ଗଳ୍ପର ଶ୍ରଷ୍ଠା ସ୍ବର୍ଗତ ଦିଲ୍ଲୀପ କୁମାର ଚୌଧୁରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

0
291

 

ବୁଗୁଡା, ୧୬/୦୫/୨୦୨୦: : ବରିଷ୍ଠ ସାହିତ୍ୟିକ ” ମୋ ନାମ ଚନ୍ଦ୍ରଭାନୁ” ଗଳ୍ପର ଶ୍ରଷ୍ଠା ସ୍ବର୍ଗତ ଦିଲ୍ଲୀପ କୁମାର ଚୌଧୁରୀଙ୍କ ବିୟୋଗରେ ସୁନାମଧନ୍ୟ ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ” ଘୁମୁସର ର ସ୍ୱର ” ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହେବାସହ ସ୍ବର୍ଗତ ଦିଲ୍ଲୀପ ଭାଇଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଘୁମୁସର ର ସ୍ୱର ର ସଭାପତି ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ବର୍ଗତ ଦିଲ୍ଲୀପ ଭାଇଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ କବି ଅନନ୍ତ କର, ଗୌରୀପତି ଦାଶ,ଡ଼ଃ ବାୟାମନୁ ଚର୍ଚ୍ଚି,ଡ଼ଃ ଶ୍ୟାମ ପ୍ରସାଦ ମିଶ୍ର, ଡ଼ଃ ଅନନ୍ତରାମ କର, ଅଧ୍ୟାପକ ବିଭୁତି ଭୂଷଣ ମିଶ୍ର, ଡ଼ଃ ମନୋରଞ୍ଜନ ବିଷୋୟୀ, ବୈଷ୍ଣବ ଚରଣ ଦାଶ, ହେମନ୍ତ କୁମାର ମହାରଣା, କାର୍ତ୍ତିକ କୁମାର ପ୍ରଧାନ, ସୁଦ୍ଧାଞ୍ଜଳି ମିଶ୍ର, ସମ୍ପାଦକ ରତ୍ନାକର ମହାରଣା ପ୍ରମୁଖ ଅଂଶ ଗ୍ରହଣ କରି ସ୍ବର୍ଗତ ଦିଲ୍ଲୀପ କୁମାର ଚୌଧୁରୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଶେଷରେ ସ୍ବର୍ଗତ ଚୌଧୁରୀଙ୍କ ଗଳ୍ପ ” ମୋ ନାମ ଚନ୍ଦ୍ରଭାନୁ ” ପଠନ କରା ଯାଇଥିଲା।

ରିପୋର୍ଟ: ଅନିଲ୍ କୁମାର ମହାରଣା

LEAVE A REPLY

Please enter your comment!
Please enter your name here