ଦିଗପହଣ୍ଡି ଏନ୍ ଏ ସି ନିର୍ବାହୀ ଅଧିକାରୀଙ୍କ କୋଭିଡ୍-୧୯ ପରିଚାଳନାକୁ ନେଇ ସନ୍ଦିହାନ ଅଞ୍ଚଳ ବୁଦ୍ଧିଜୀବୀ ।ଦୁର୍ନୀତିର ପାହାଡ଼ ଶୀର୍ଷରେ ଥାଇବି ସମ୍ମାନିତ କରୋନା ଯୋଦ୍ଧା ।

0
161

 

ବ୍ରହ୍ମପୁର, ୧୮/୦୫/୨୦୨୦:
ରାଜ୍ୟସରକାର ଙ୍କ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଅନୁଯାୟୀ ଦିଗପହଣ୍ଡି ଏନ୍ ଏ ସି ର ପରିଷଦ ଅବଧି ସାରିଥିବା ବେଳେ ନିର୍ବାଚନକୁ ଦୂରେଇ ସମ୍ପ୍ରତି ଜିଲ୍ଲାପାଳଙ୍କ ଦାୟିତ୍ଵ ଅଧୀନ ରହିଅଛି ।ଅତଏବ ବିନା କାଉନସିଲ ରେ କାର୍ଯ୍ୟ କରୁଥିବା ଏନ୍ ଏ ସି ରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ଙ୍କ ଭାଉ ଏକଛତ୍ରବାଦୀ ଶାସକ ଢାଞ୍ଚାକୁ ଆସିଥିବା ବୁଦ୍ଧିଜୀବୀ ମହଲରେ ମୁଖ୍ୟ
ଆଲୋଚନାର ବିଷୟ ହୋଇଅଛି ।
ପରିଷଦର ଆୟବ୍ୟୟ ନେଇ ସଠିକ ତଥ୍ୟ ସାଧାରଣରେ ପ୍ରକାଶ ପାଉନଥିବା ବେଳେ କୋଭିଡ୍- ୧୯ ପରିଚାଳନାଗତ ବ୍ୟବସ୍ଥାରେ ବିଭିନ୍ନ କମିଟି ଗଠନ ଓ ବ୍ୟୟ ବରାଦରେ ଅଧିକାରୀ ଙ୍କ ଦ୍ଵାରା ବ୍ୟାପକ ବେନିୟମ ସହ ଅର୍ଥ ହେରଫେର ହେଉଥିବା ଅଭିଯୋଗ ହେଉଅଛି ।

ମିଳିଥିବା ସୂଚନା ପ୍ରକାରେ କୋଭିଡ୍-୧୯ ପରିଚାଳନା ପାଇଁ ସରକାରଙ୍କ ଦ୍ଵାରା ଧାର୍ଯ୍ୟ ନିୟମ ପ୍ରକାରେ ଲକ୍ ଡାଉନ୍ ଅବଧିରେ ସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡ଼ିକର ସାଧାରଣରେ ଉପଲବ୍ଧ କରାଇବାକୁ ସାଧାରଣ ବୈଠକ ଡକାଇ ଆଲୋଚନା ମାଧ୍ୟମରେ ନିରୁପିତ ବ୍ୟକ୍ତି କିମ୍ବା ସଂସ୍ଥାଙ୍କୁ ଦାୟିତ୍ଵ ଦେବା ନିୟମକୁ ନିର୍ବାହୀ ଅଧିକାରୀ ଉଲଂଘନ କରିଥିବା ଅଭିଯୋଗ ହୋଇଥିଲା ।ଅଞ୍ଚଳର ବହୁ ପୂର୍ବତନ କାଉନସିଲର ଏବଂ ଅଧକ୍ଷ ଏହାକୁ ନେଇ ଅଭିଯୋଗ କରିଥିଲେ ।ସେମାନଙ୍କ ଅଭିଯୋଗ ପ୍ରକାରେ ବିନା ସମ୍ମତିରେ ଗଠିତ ରାସନ ସାମଗ୍ରୀ,ଚାଉଳ ଡାଲି ,ଅଣ୍ଡା କ୍ଷୀର,ପାଉଁରୁଟି ,ମାଛ ମାଂସ ପରିବା ଓ ଫଳ ଆଦି ବିତରଣ ପାଇଁ ସ୍ଥିରୀକୃତ ବ୍ୟକ୍ତି /ସଂସ୍ଥା ଜାଣିନଥିବା ସେତେବେଳେ ଗଣମାଧ୍ୟମକୁ ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ ଶ୍ରୀ ଅଜକ ନାଥ ମିଶ୍ର ଏବଂ ସ୍ଥାନୀୟ ନେତା ଶ୍ରୀ କୈଳାସ ଷଡ଼ଙ୍ଗୀ ଙ୍କ ସମେତ ବହୁ ବୁଦ୍ଧିଜୀବୀ ଅଭିଯୋଗ କରିଥିଲେ ।ଏନ୍ ଏ ସି ତରଫରୁ ସେମିତି କିଛି ସଚେତନତା କାର୍ଯ୍ୟକ୍ରମ ହାତକୁ ନ ନେଇ ମିଛ ପ୍ରଚାର କରି ଅର୍ଥ ହଡ଼ପ କରାଯାଉଥିବା ମଧ୍ୟ ଅଭିଯୋଗ ରହିଥିଲା ।କିଛି ବୋଲ କରା ବ୍ୟକ୍ତିଙ୍କ ମାଧ୍ୟମରେ ମାଗଣା ଖାଦ୍ୟ ବଣ୍ଟନ ବ୍ୟବସ୍ଥା କରି ମିଛ ମିଛରେ ଗାଈ ,କୁକୁରଙ୍କୁ ଏବଂ ବାସହୀନ ଅସହାୟ ଓ ଭିକାରୀଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିବା ମିଛ ତଥ୍ୟ ଆଧାର କରି ବ୍ୟାପକ ଅର୍ଥ ହଡପର ମଧ୍ୟ ଅଭିଯୋଗ ରହିଥିଲା ।ପରନ୍ତୁ ବ୍ୟାପକ ଅବ୍ୟବସ୍ଥା ର ଅଭିଯୋଗ ସତ୍ତ୍ଵେ ମିଛ ପ୍ରଚାର ମାଧ୍ୟମରେ ସଂପୃକ୍ତ ଅଧିକାରୀଙ୍କୁ ଦିଗପହଣ୍ଡି ର କରୋନା ଯୋଦ୍ଧା ଭାବେ ଘୋଷିତ କରାଯାଇଥିଲା ।

ଇତି ମଧ୍ୟରେ ଲକ୍ ଡାଉନ୍ ର ତୃତୀୟ ଚରଣ ଅବଧିରେ ଅଞ୍ଚଳ ୱାର୍ଡ଼ ବାସିନ୍ଦାଙ୍କୁ ମାନ୍ୟବର ବାଚସ୍ପତିଙ୍କ ତରଫରୁ ବିଧାୟକ ହାତ ପାଣ୍ଠି ଦ୍ଵାରା ଏନ୍ ଏ ସି ମାସ୍କ , ସାନିଟାଇ ଜର , ସାବୁନ୍ ଏବଂ ସଂଗାରୋଧ ବ୍ୟବସ୍ଥାରେ ଥିବା ଅନ୍ତେବାସୀଙ୍କ ପାଇଁ ଉଦ୍ଧିଷ୍ଟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କୀଟ ନିମ୍ନ ମାନର ନେଇ ଅଭିଯୋଗ କରିଛନ୍ତି ।ନିର୍ବାହୀ ଅଧିକାରୀ ବ୍ୟାପକ କମିଶନ ଭିତ୍ତିରେ ନିମ୍ନମାନର ଜିନିଷ କିଣି ସଂଗାରୋଧା ଅନ୍ତେବାସୀ ଓ ୱାର୍ଡ଼ ବାସୀଙ୍କୁ ବଣ୍ଟନ କରୁଥିବା ନେଇ ଏନ୍ ଏ ସି କାର୍ଯ୍ୟାଳୟ ପହଞ୍ଚି ହୋ ହାଲ୍ଲା କରିଛନ୍ତି ।

ପୂର୍ବତନ ଏନ୍ ଏ ସି ଅଧକ୍ଷ ଶ୍ରୀ ପ୍ରଫୁଲ୍ଲ ପଣ୍ଡା,ରସାନନ୍ଦ ରାଉତ,ମନୋଜ କୁମାର ପଣ୍ଡା,ନୀଳମାଧବ ପଣ୍ଡା,ଏମ୍ ତ୍ରିନାଥ,କେ କୁନା, ପ୍ରଶାନ୍ତ ପାଣିଗ୍ରାହୀ,ନୀଳକଣ୍ଠ ପଟ୍ଟନାୟକ,ଦିନାନାଥ ମହାପାତ୍ର,ପ୍ରଶାନ୍ତ ପୂଜାରୀ,ଜିତେନ୍ଦ୍ର ମାର୍ଥା ପ୍ରମୁଖଙ୍କ ସହ ଶତାଧିକ ବୁଦ୍ଧିଜୀବୀ ଜନସାଧାରଣ ଏନ୍ ଏ ସି କାର୍ଯ୍ୟାଳୟ ପହଞ୍ଚି ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ ଙ୍କ ଠାରେ ଅଭିଯୋଗ କରିଛନ୍ତି ।ଏନ୍ ଏ ସି ଅଧୀନରେ ହେଉଥିବା ସାମୁହିକ ଦୁର୍ନୀତିକୁ ନେଇ ପ୍ରଶ୍ନ ବାଣ ସହ ପାଣ୍ଠି ଅପଚୟ ନେଇ ବିଭାଗୀୟ ତଦନ୍ତ ଦାବି କରୁଛନ୍ତି ।
ଏ ଦମନ୍ଧରେ ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟାରେ ସେ କୌଣସି ଦୁର୍ନୀତିରେ ଲିପ୍ତ ନଥିବା ସହ ଅଣାଯାଇଥିବା ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛନ୍ତି ।ବ୍ୟବସ୍ଥା ଗତ ଭାବରେ ବୈଠକ ସ୍ଥିରୀକୃତ ଭାବରେ ମହିଳା ଗୋଷ୍ଠୀ ଏବଂ ଧାର୍ଯ୍ୟ ସଂସ୍ଥା ଦ୍ୱାରା ଜିନିଷ ସୁଲଭ ଦରରେ କିଣା ଯାଇଥିବା ବ୍ୟକ୍ତ କରିଛନ୍ତି ।ଏବଂ କୌଣସି ବେନିୟମ ହୋଇନଥିବା ସ୍ପଷ୍ଟ କରିଛନ୍ତି ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ।

LEAVE A REPLY

Please enter your comment!
Please enter your name here