ମୃତ ସତ୍ୟବାନ ଙ୍କ ପରିବାର କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ଓ କଂଗ୍ରେସ ସମର୍ଥକ।

0
144

 

ଭଞ୍ଜନଗର,୧୮/୦୫/୨୦୨୦-ସୁରତ ପୋଲିସ ର ଆକ୍ରମଣ ରେ ମୃତ୍ୟୁ ବରଣ କରିଥିବା ପ୍ରବାସୀ ଓଡ଼ିଆ ସତ୍ୟବାନ ସ୍ବାଇଁଙ୍କ ପରିବାର ଙ୍କୁ ଭେଟିବାକୁ ସୁଅ ଛୁଟିଛି ରାଜନେତା ଓ ସର୍ମଥକ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ା ଗ୍ରାମରେ ସତ୍ୟବାନ ଙ୍କ ଘର।ସୋମବାର ସତ୍ୟବାନ ଙ୍କ ଘରେ ପହଞ୍ଚିଥିଲେ କଗ୍ରେଂସର ବରିଷ୍ଟ ନେତା ତଥା ସାନଖାେମୁଣ୍ଡି ବିଧାୟକ ରମେଶ ଜେନା ଙ୍କ ନେତୃତରେ ୧୦ଜଣିଆ ଟିମ ସହିତ ଭଞ୍ଜନଗର କଗ୍ରେଂସ ନେତା ପ୍ରଶାନ୍ତ କୁମାର ବିଷୋୟୀ ସମେତ କଗ୍ରେଂସ ସମର୍ଥକ ଭପସ୍ଥିତ ରହି ପରିବାର ସଦସ୍ୟଙ୍କୁ ସମବେଦନା ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ସାନଖୋମୁଣ୍ଡି ବିଧାୟକ ଶ୍ରୀ ଜେନା। ଏହା ସହିତ ସମ୍ପୂର୍ଣ୍ଣ ଭାବେ ଘଟଣାକୁ ନିନ୍ଦା କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରିବା ଏବଂ ସୁରତ ପୋଲିସ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦିଗ ରେ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ଜେନା । ଯଦି ଏହି ଘଟଣାର ରାଜ୍ୟ ସରକାର ଓ କେନ୍ଦ୍ର ସରକାର କାଯ୍ୟନୁଷ୍ଟାନ ଗ୍ରହଣ ନ କରନ୍ତି ତାହା ହେଲେ କଗ୍ରେଂସ ଦଳ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ବିଧାୟକ ଶ୍ରୀ ଜେନା କହିଛନ୍ତି ।

ରିପୋର୍ଟ: ରବିନ୍ଦ୍ରପ୍ରଧାନ

LEAVE A REPLY

Please enter your comment!
Please enter your name here