ରାଜ୍ୟରେ ଆଉ ୪୮କରୋନା ଆକ୍ରାନ୍ତ ଚିହ୍ନଟ

0
122

 

ଭୂବନେଶ୍ୱର,୧୮/୦୫/୨୦୨୦(ବ୍ୟୁରୋ ରିପୋର୍ଟ)ରାଜ୍ୟରେ ଆଉ ୪୮ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି । ୪୮କରୋନା ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳରେ ୨, ଯାଜପୁରରେ ୧୬, ଗଞ୍ଜାମରେ ୧୫, ପୁରୀରେ ୪, କେନ୍ଦ୍ରାପଡ଼ାରେ ୩, ନୟାଗଡ଼ରେ ୩, ବଲାଙ୍ଗିରରେ ୨, ବୌଦ୍ଧରେ ଜଣେ, ଖୋର୍ଦ୍ଧାରେ ଜଣେ, କଟକରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୮୭୬ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୨୦ଜଣ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୬୫୨ କେସ ରହିଛି ।

LEAVE A REPLY

Please enter your comment!
Please enter your name here