କଣ୍ଟେନମେଣ୍ଟ ଜୋନ୍‌ ହେଲା ଲିଆଖାଇ: ୭୯ ଜଣଙ୍କ ସ୍ବାବ୍‌ ନମୂନା ସଂଗ୍ରହ

0
249

ଚିକିଟି,୨୦ା୫(ସ୍ୱପ୍ର.)- ଚିକିଟି ବ୍ଲକ୍‌ ଲିଆଖାଇ ଗ୍ରାମର ଜଣେ ବ୍ୟକ୍ତି ମସ୍ତିସ୍କ କର୍କଟ ରୋଗରେ ଭୂବନେଶ୍ୱର ଏମ୍‌ସରେ ଚିକିସତ୍ିତ ହେଉଥିବାବେଳେ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଜିଲା ପ୍ରଶାସନର ନିଷ୍ପତ୍ତି ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ ଚିକିଟି ତହସିଲ୍‌ଦାର ହରପ୍ରସାଦ ଭୋଇ, ବିଡିଓ ଫାଲ୍‌ଗୁନି ମାଝି ଗଁାର ସମସ୍ତ ରାସ୍ତା ସିଲ୍‌ କରିଥିଲେ। ସଂକ୍ରମଣ ଆଶଙ୍କା ଥିବାରୁ ବୁଧବାର ଲିଆଖାଇକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ଚିକିଟି ଅତିରିକ୍ତ ତହସିଲ୍‌ଦାର ଡଃ. ଶକ୍ତିପ୍ରସାଦ ଶ୍ରୀଚନ୍ଦନ କହିଛନ୍ତି। ବ୍ରହ୍ମପୁର ବଡ ମେଡିକାଲର ଏକ ଟିମ୍‌ ଅପରାହ୍ନରେ ଗଁାରେ ପହଞ୍ଚତ୍ ୭୯ ଜଣଙ୍କର ସ୍ବାବ୍‌ ନମୂନା ସଂଗ୍ରହ କରିଛନ୍ତି। ଗ୍ରାମକୁ ସାନଟାଇଜ୍‌ ମଧ୍ୟ କରାଯାଇଛି। ଗଁାରୁ କେହି ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯିବା ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ା ଅତ୍ୟାବଶ୍ୟକ ସାମଗ୍ରୀ ଓ ସ୍ବାସ୍ଥ୍ୟସେବା ସମ୍ପର୍କତ ସୁବିଧା ବ୍ଲକ୍‌ ତରଫରୁ ଯୋଗାଇ ଦିଆଯିବ। ପରବର୍ତ୍ତୀ ନିର୍ଦ୍ଦେଶ ପଯର୍‌ୟନ୍ତ ଗ୍ରାମର ପ୍ରତ୍ୟେକ ପରିବାର ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ।

LEAVE A REPLY

Please enter your comment!
Please enter your name here