ଯୁବ ସମାଜସେବୀଙ୍କୁ କୋଭିଡ- 19 ଯୋଦ୍ଧା ସମ୍ମାନ

0
360

 

ବ୍ରହ୍ମପୁର,୨୦/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ଯୁବ ସମାଜସେବୀ ସତ୍ୟନାରାୟଣ ମିଶ୍ରଙ୍କୁ “ଆସୁଛି ମୋ କାଳିଆ ସୁନା ଗ୍ରୁପ ଅଫ ଓଡିଶା ସଂଗଠନ” ପକ୍ଷରୁ କୋଭିଡ-19 ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି। ଗରିବ ଓ ଅସହାୟଙ୍କୁ ସରକାର ଘୋଷଣା କରିଥିବା ଲକଡାଉନ ସମୟରେ ସହାୟତା ନିମନ୍ତେ କାର୍ଯ୍ୟ କରୁଥିବା ରାଜ୍ୟର କିଛି ମନୋନୀତ ସ୍ୱେଚ୍ଛାସେବୀଙ୍କୁ କୋଭିଡ-19 ଯୋଦ୍ଧା ରୂପେ ସମ୍ବର୍ଦ୍ଧିତ କରାଯାଇଛି।ଲକ୍ ଡାଉନ ରହିଥିବା ହେତୁ ଅନଲାଇନ ମାଧ୍ୟମରେ ସଂଗଠନ ପକ୍ଷରୁ ସମ୍ମାନ ପ୍ରଦାନ କରାଯାଇଥିଲା । ଲକଡାଉନ ପ୍ରଭାବ ହେତୁ ତାମିଲନାଡୁରେ ପ୍ରାୟ ୭୦ ରୁ ଉର୍ଦ୍ଧ ଦାଦନ ଶ୍ରମିକ ଫସି ରହିଥିଲେ। ପ୍ରାୟ ୫ ଦିନ ପର୍ଯ୍ୟନ୍ତ ଖାଇବା ପିଇବା ନିମନ୍ତେ ଶ୍ରମିକ ମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଥିଲେ । ସେହି ସମୟରେ ସତ୍ୟଙ୍କ ଉଦ୍ୟମରେ ଯେଉଁ ପର୍ଯ୍ୟନ୍ତ ଲକ ଡାଉନ ରହିଛି ସେହି ପର୍ଯ୍ୟନ୍ତ ଏକ ସାମାଜିକ ଅନୁଷ୍ଠାନ ଖାଇବା ପିଇବା ପାଇଁ ସହାୟତା ହାତ ବଢ଼ାଇଥିଲେ। ସାମାଜିକ କାର୍ଯ୍ୟ ଏବଂ ଜଣେ ସଫଳ ଗଣମାଧ୍ୟମ ପ୍ରତିନିଧି ଦାୟିତ୍ୱକୁ ବିଚାର କରାଯାଇ ସତ୍ୟଙ୍କୁ କୋଭିଡ ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇ ଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ପୂର୍ବରୁ ନିଶାମୁକ୍ତ ଆନ୍ଦୋଳନ ପାଇଁ ସତ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା।

LEAVE A REPLY

Please enter your comment!
Please enter your name here