ପ୍ରବାସୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
253

 

ଭଞ୍ଜନଗର,୨୫/୦୫/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ଜଗନ୍ନାଥ ପ୍ରସାଦ ବ୍ଳକ, ବରଗାଁ ପଚାଂୟତ ସ୍ଥିତ ଧରଣୀ ଧର ଉଚ୍ଚ ବିଦ୍ୟାଳୟ ରେ ପ୍ରବାସୀ ଓଡ଼ିଆ ବା ସୁରତ ଫେରନ୍ତା ମାନଙ୍କ ନିମନ୍ତେ ହୋଇଥିବା କରୋଣ୍ଟାଇନ ସେଣ୍ଟର ଠାରେ ଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅବଧି ସରି ଯାଇଥିବା ଯୋଗୁଁ ସେମାନଙ୍କୁ ସକାଳ ଜଳଯୋଗ ସାରିବା ପରେ ବରଗାଁ ଗ୍ରାମ ପଞ୍ଚାୟତ ତରଫରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରି ବହୁ ସମାରୋହରେ ପ୍ରବାସୀ ଓଡ଼ିଆ ମାନଙ୍କୁ ନିଜ ନିଜ ଗ୍ରାମକୁ ଯିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ସମସ୍ତେ ସୁସ୍ଥ ଥିବା ଯୋଗୁଁ ସମସ୍ତଙ୍କୁ ସୁସ୍ଥତା ନିମନ୍ତେ ପଞ୍ଚାୟତ ତରଫରୁ ସୁସ୍ଥତା ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଉମା ଶଙ୍କର ବାରିକ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ବାରିକ ଏବଂ ଧରଣୀ ଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ନାଥ ସାମଲଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଯୋଗଦାନ କରି ପ୍ରବାସୀ ଓଡ଼ିଆ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।ଶେଷରେ ପଂଚାୟତ ତରଫରୁ ସେମାନେ ଯିବାନିମନ୍ତେ ଯାନ ବାହାନ ବ୍ୟବସ୍ଥା କରି ନିଜ ନିଜ ଗ୍ରାମରେ ଛଡା ଯାଇଥିଲା ।

LEAVE A REPLY

Please enter your comment!
Please enter your name here