ରାଜ୍ୟରେ ଆଉ ୧୦୩ ଆକ୍ରାନ୍ତ ଚିହ୍ନଟ

0
158

 

ଭୁବନେଶ୍ୱର,୨୫/୦୫/୨୦୨୦( ଆକାଶ ମିଶ୍ର ): ରାଜ୍ୟରେ ଆଉ ୧୦୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୬ଜଣ କ୍ୱାରେନଟାଇନ ସେଂଟରରେ ଥିବା ବେଳେ ୭ଜଣ ସ୍ଥାନୀୟ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୮୮୧ଜଣ ଚିକିତ୍ସିତ ହେଉଥିବା ବେଳେ ୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୭ଜଣଙ୍କର ମୃତ୍ୟୁ ଘଟିଛି ।
ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଦେବଗଡ଼ରୁ ୨୨, କେନ୍ଦ୍ରାପଡ଼ାରୁ ୧୫, ଜଗତସିଂପୁର ୧୦, ଖୋର୍ଦ୍ଧା ୫, ବାଲେଶ୍ୱର ୫, ମାଲକାନଗିରି ୯, ବଲାଙ୍ଗୀର ୮, ଭଦ୍ରକରୁ୮, କୋରାପୁଟ୬, ଗଜପତିରୁ ୬, ଗଞ୍ଜାମରୁ ୪, ଯାଜପୁରରୁ ଜଣେ, ମୟୁରଭଞ୍ଜରୁ ଜଣେ, କେନ୍ଦୁଝରରୁ ଜଣେ, କନ୍ଧମାଳରୁ ଜଣେ ଓ ଢେଙ୍କାନାଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ଗଞ୍ଜମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨, ରେ ପହଁଚିଥିବା ବେଳେ ଯାଜପୁରରେ ସଂଖ୍ୟା୨୪୦ କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧାରେ ୮୨, ବାଲେଶ୍ୱର ୧୩୩, ବଲାଙ୍ଗୀର ୨୪, ଜଗତସିଂପୁର ୪୧ , ଦେବଗଡ଼ ୨୪, କେନ୍ଦ୍ରାପଡ଼ା ୫୫କୁ ବୃଦ୍ଧି ପାଇଛି । ଅଦ୍ୟାବଧି ମୋଟ ୧ଲକ୍ଷ ୨୭ହଜାର ୭୭୬ ସାମ୍ପୁଲ ଟେଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here