୭ଦିନ ପାଇଁ ସଟ ଡାଉନ୍ ଘୋଷଣା କଲେ ସରପଞ୍ଚ

0
231

 

ଗଞ୍ଜାମ,୦୨/୦୬/୨୦୨୦, (ଟୁକୁନା ପ୍ରଧାନ) – :ବର୍ତ୍ତମାନ ପଞ୍ଚାୟତ ସ୍ତରରେ କରୋନା ବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଛି ଯାହା ଫଳରେ ଲୋକଙ୍କ ପାଇଁ ଏହା ଏବେ ସଚେତନତା ସୃଷ୍ଟି କରାଇବା ପାଇଁ ବାଧ୍ୟ କରିଛି l ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ବୁରୁଝରି ପଞ୍ଚାୟତରେ ୩ଦିନ ଭିତରେ ୫ ଜଣଙ୍କୁ କୋଭିଡ଼ ହସ୍ପିଟାଲକୁ ନେବା ପରେ ଆଜି ସନ୍ଧ୍ୟା ୫.୩୦ ମି ସମୟରେ ଆଜି ଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସରପଞ୍ଚ କସ୍ତୁରୀ ପରିଡା ପଞ୍ଚାୟତର ସମସ୍ତ ଗ୍ରାମକୁ ସଟଡାଉନ୍ ଘୋଷଣା କରିଛନ୍ତି l ଆଜି ସକାଳୁ ଲୋକଙ୍କୁ ସଚେତନ କରାଇବା ସହ ୭ ଦିନ ପାଇଁ ଅତ୍ୟାବଶ୍ୟକ ସମାଗ୍ରୀ କିଣି ମହଜୁଦ ରଖିବା ପାଇଁ ମଧ୍ୟ ଘୋଷଣା କରାଯାଇଛି l ଏହି ପଞ୍ଚାୟତ ଅଧୀନରେ ବୁରୁଝରି, ପି. ନୁଆଗାଁ, କନିଅlରବାଡ଼ି, ପ୍ରଭୃତି ଗାଁ ଆସୁଥିବା ବେଳେ ସମସ୍ତ ଗ୍ରାମରେ ଏହି ସଟଡାଉନ୍ କଡାକଡି ଭାବେ ପାଳନ ହେବ ବୋଲି ସେ ପ୍ରକାଶ କରିଛନ୍ତି l ୫ ଜଣଙ୍କ ମଧ୍ୟରୁ ୪ ଜଣ ବୁରୁଝରି ଓ ଜଣେ ନୂଆଗାଁ ର ବୋଲି ଜଣାପଡିଛି l

LEAVE A REPLY

Please enter your comment!
Please enter your name here