ଛେଳି ବେପାରୀଙ୍କ ଠାରୁ ୧୬ ଲକ୍ଷ ଲୁଟ ଘଟଣା ରେ ୧୧ ଗିରଫ

0
160

 

ଗଞ୍ଜାମ,୦୨/୦୬/୨୦୨୦ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଇଲାକା ର ବାଦଗଡ ଗ୍ରାମ ନିକଟରୁ ସୋରଡା ଅଞ୍ଚଳ ର ତିନି ଛେଳି ବେପାରୀଙ୍କ ଠାରୁ ଗତ ମାସ ୨୭ ତାରିଖ  ମଧ୍ୟ ରାତ୍ର ରେ କିଛି ଦୁର୍ବୁର୍ତ ମାରଣ ଅସ୍ତ୍ର ଦେଖାଇବା ସହ ଆକ୍ରମଣ କରି ୧୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ନେଇଯାଇଥିବା ଧରାକୋଟ ଥାନା ରେ ଗତ ମାସ ୨୮ ତାରିଖ ରେ ଅଭିଯୋଗ ହେଇଥିଲା। ଅଭିଯୋଗ କାରୀଙ୍କ ଏତେଲା ପ୍ରକାରେ ଗଞ୍ଜାମ ଏସ ପି ବ୍ରିଜେସ ରାୟ ଘଟନା ର ତଦନ୍ତ ପାଇଁ ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଓ ଧରାକୋଟ  ଥାନା ଅଧିକାରୀ ଙ୍କୁ ନେଇ ଏକ ଯାଞ୍ଚ ଦଳ ଗଠନ କରିବା ସହ ଘଟଣା  ର ତଦନ୍ତ ଆରମ୍ଭ କରିଥିଲେ। ତେବେ ଗଞ୍ଜାମ ପୁଲିସ ର ଏହି ଟିମ ଆସିକା ଏସ ଡି ପି ଓ ଙ୍କ ତତ୍ବାବଧାନ ରେ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ କାରୀ ଙ୍କ ଏତେଲା ର ୩ ଦିନ ଭିତରେ ସବୁ ଘଟଣା ପୁଲିସ ଖୁଲସା କରିବା ସହ ଏଥିରେ ସମ୍ପୃକ୍ତ ୧୧ ଜଣ କୁ ଗିରଫ କରିଛି ଗଞ୍ଜାମ ପୁଲିସ। ଗିରଫ ବ୍ୟକ୍ତି ଙ୍କ ପକ୍ଷରୁ ପୁଲିସ ୧୨ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ କରିବା ସହ। ୮ ଟି ମୋବାଇଲ, ଗୋଟିଏ ଖେଳଣା ପିସ୍ତଲ, ଗୋଟିଏ ଖଣ୍ଡା, ଏବଂ ୪ ଟି ବାଇକ ସମେତ ଗୋଟିଏ ପଞ୍ଚ ମେଟାଲ ଜବତ କରିଥିବା ଗଞ୍ଜାମ ଏସ ପି ବ୍ରିଜେସ ରାୟ ଆଜି ବଡଗଡ ଥାନା ରେ ଆୟୋଜିତ ଏକ ପ୍ରେସ ବିବ୍ରୁତି ମାଧ୍ୟମ ରେ ସମସ୍ତ ଙ୍କୁ ଜଣାଇଛନ୍ତି। ଗଞ୍ଜାମ ଏସ ପି ବ୍ରିଜେଶ ରାୟ  ଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତ ମାସ ୨୮ ତାରିଖ ରେ ଗଞ୍ଜାମ ଜିଲା ଧରାକୋଟେ ଥାନା ରେ ତିନଟି ଛେଳି ବେପାରୀଙ୍କ ଠାରୁ କିଛି ଦୁର୍ବୁତ ମରଣାତ୍ମକ ଆକ୍ରମଣ କରିବା ସହ ୧୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୂଟ କରି  ନେଇଥିଲେ ଏବଂ ବେପାରୀଙ୍କ ଠାରୁ ମୋବାଇଲ ମଧ୍ୟ ଛଡାଇ ନେଇଥିଲେ। ସୋରଡା ଅଞ୍ଚଳର ଛେଳି ବେପାରୀ ଏ,ଗଣେଶ ପାତ୍ର, ଏସ ତ୍ରିପତି ପାତ୍ର,ଓ କେନ୍ଦୁପଲି ଗ୍ରାମ ର ଏ ବାୟା ପାତ୍ର ଲକ ଡାଉନ କୋହଳ ପରେ ପ୍ରାୟ ୩୦୦ ଛେଳି ଧରି ଆନ୍ଧ୍ରପ୍ରଦେଶ କୁ ବିକ୍ରି କରିବାକୁ ନେବା ସହ ସେମାନେ ପ୍ରାୟ ୧୬ ଲକ୍ଷ ୮୦ ହଜାର ଧରି ସେମାନେ ଓଡିଶା ଆନ୍ଧ୍ରା ସୀମାନ୍ତ ଗିରିସୋଲା ରେ ପହଞ୍ଚି ଡାକିବଜା ଗ୍ରାମ ର ଏକ ଅଟୋ ଆଣିବା ପାଇଁ କବିରାଜ ଗଉଡ ଙ୍କୁ କହିଥିଲେ। ଗୋଟିଏ ଡାଲା ଅଟୋ ଧରି ଗିରିସୋଲ ଆସିବାକୁ କହିଥିଲେ। ସୋରଡା ଥାନା ଇଲାକା ର ଭଳିଆଗୋଛା ଗ୍ରାମ ର ବସନ୍ତ ବିଶୋୟୀ ଙ୍କ ସହ କବିରାଜ ଗିରିସୋଲା ପହଞ୍ଚିଥିଲେ। ସେଠାରୁ ଛେଳି ବେପାରୀ ମାନେ ଏହି ଡାଲା ଅଟୋ ରେ ପଛ ପଟେ ବସି ନିଜ ଗ୍ରାମ କୁ ଫେରୁଥିଲେ। ଗତ ମାସ ୨୭ ତାରିଖ ମଧ୍ୟ ରାତ୍ର ରେ ବଡଗଡ ଗ୍ରାମ ନିକଟ ରେ ବାଦଗଡ ଠାରେ ହଠାତ ୩ ଟି ଯୁବକ ଖଣ୍ଡା ଧାରୁ ଗାଡି ଅଟକେଇବା ପାଇଁ କହିଥିଲେ। ଏପରି ସ୍ଥିତି ରେ କବି ହଠାତ ହଡବଡେଇବା ସହ ଗାଡି ରଖିଥିଲେ ଏତିକି ସମୟ ପୂର୍ବରୁ ଛକି ରହିଥିବା ଆଉ ୬ ଜଣ ଗାଡି ସାମ୍ନା କୁ ଆସିଥିଲେ ଏବଂ ଗୋଟିଏ ବାଉଁଶ ରେ ଆକ୍ରମଣ କରିବା ସହ ସେମାନଙ୍କ ଠାରୁ ସମସ୍ତ ତାଙ୍କ ଲୁଟି ନେଇଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ଆସିକା ଏସ ଡି ପି ଓ ସୁର୍ଜ୍ୟମଣି ପ୍ରଧାନ ଓ ଧରାକୋଟ ଥାନା ଅଧିକାରୀ ଘଟନା ସ୍ଥଳରେ ପହଞ୍ଚିବା  ସହ ତାଡନା ଆରମ୍ଭ କରିଥିଲେ। ଗତ ମାସ ୨୮ ତାରିଖ ରେ ଏ ନେଇ ଧରାକୋଟ ଥାନା ରେ ଏତେଲ ଦିଆଯାଇଥିଲା ଏବଂ ୮୩/୨୦ ପ୍ରକାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  ଗଞ୍ଜାମ ଏସ ପି ବ୍ରିଜେଶ ରାୟ ସୋରଡା ଥାନା ଅଧିକାରୀ ରମେଶ ପ୍ରଧାନ,ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ବଡଗଡ ଥାନା ଅଧିକାରୀ ପ୍ରତାପ ତ୍ରିପାଠୀ ଓ ଧରାକୋଟ ଥାନା ଅଧିକାରୀ ସହଦେବ ପାତ୍ର ଙ୍କୁ ତଦନ୍ତ ଦାଇତ୍ଵ ଦେଇଥିଲେ। ପୁଲିସ ତଦନ୍ତ ପ୍ରକାରେ ଆସାମୀ ମାନେ ଛେଳି ବେପାରୀଙ୍କ ଠାରୁ ୧୨ ଲକ୍ଷ ୮୦ ହଜାର ତାଙ୍କ ଚୋରୀ କରିଥିଲେ। ବର୍ତମାନ ସେମାନଙ୍କ ଠାରୁ ୧୨ଲକ୍ଷ ୫୯ ହଜାର ୫୦୦ ତାଙ୍କ ପୁଲିସ ଜବତ କରିବା ସହ ୪ ଟି ବାଇକ (ହୋଣ୍ଡା ହୋରନେଟ୍ ନମ୍ବର ଓ ଡି -୦୨-ଏ ଏସ -୭୨୭୮, ବାଜାଜ ପଲସାର ନମ୍ବର ଓ ଡି -୦୭ ଏ ବି -୧୯୯୫ ,ହୋଣ୍ଡା ସାଇନ – ଓ ଡି  ୦୭  ଆର ୪୬୦୮ ,ଟିଭିଏସ ଜୁପିଟର ନମ୍ବର ବିହୀନ ନୂଆ ସ୍କୁଟି ଜବତ କରିବା ସହ ଗୋଟିଏ ଖେଳଣା ପିସ୍ତଲ ଗୋଟିଏ ଖଣ୍ଡା ଓ ଗୋଟିଏ ପଞ୍ଚ ମେଟାଲ ଜବତ କରିଛି। ଗିରଫ ଆସାମୀ ମାନେ ହେଲେ ଆସିକା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ର ଅନିଲ ଡାକୁଆ, ଧରାକୋଟେ ଥାନା ଅନ୍ତର୍ଗତ ଯାହାଡା  ଗ୍ରାମ ର କୃଷ୍ଣ ଚନ୍ଦ୍ର ଜେନା, ବଡଗଡ ଥାନା ର ବଳରାମପୁର ଗ୍ରାମ ର ମିଳିକେଶନ ବେହେରା, ବାଟଶାସନ ଗ୍ରାମ ର ଲକ୍ଷ୍ମୀ ନାରାୟଣ ବେହେରା, ଜଗନାଥପୁର ଗ୍ରାମ ର ସୁଜିତ ବିଶୋୟୀ, ଢଉଗାଁ ଗ୍ରାମ ର ରାଜେଶ୍ଵର ନାୟକ,ମଙ୍ଗଳପୁର ଗ୍ରାମ ର ଶ୍ରୀକାନ୍ତ ଗଉଡ, ଡାକିବଜା ଗ୍ରାମ ର କବି ଗଉଡ ,ସୋରଡା ଥାନା ର ଭଳିଆଗୋଛା ଗ୍ରାମ ର ବସନ୍ତ କୁମାର ବିଶୋୟୀ,ଗୋପାଳପୁର ଥାନା ର ପଲ୍ଲିଗୁମଲା ଗ୍ରାମ ର ଅମରନାଥ ମୁନି, ଓ ବଡଗଡ ଗ୍ରାମ ର ମେଣ୍ଟିବାଉନ୍ସ ଗ୍ରାମ ର ଅରୁଣ ନାୟକ ପୋଲିସ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ପୁଲିସ ସନ୍ଦେହ କରି ଆହୁରି ଅଧିକ ତଦନ୍ତ ଚଳଉଥିବା ଗଞ୍ଜାମ ଏସ ପି ବ୍ରିଜେଶ କୁମାର ରାୟ   କହିଛନ୍ତି

LEAVE A REPLY

Please enter your comment!
Please enter your name here