ଟ୍ରାଫିକ ଥାନାରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ

0
119

 

ବ୍ରହ୍ମପୁର,୦୫/୦୬/୨୦୨୦(ବ୍ୟୁରୋ ରିପୋର୍ଟ)-କରୋନାକୁ ନେଇ ଲକ୍‌ଡ଼ାଉନ୍ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଟ୍ରାଫିକ ଥାନାରେ ଥାନାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଟ୍ରାଫିକ ଡିଏସପି ସାର୍ଥକ ରାୟ, ରକ୍ତ ଦେଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ବସ ୟୁନିଅନ ସମ୍ପାଦକ ସନ୍ତୋଷ ପତି, ହାବିଲଦାର ଓ କନେଷ୍ଟବଳ ସଂଘର ସମ୍ପାଦକ ଶ୍ରୀନିବାସ ପାତ୍ର, ଉପ ସଭାପତି ଜୁବୁଲl ସାମନ୍ତରାୟ, କୋଷାଧ୍ୟକ୍ଷ ଅନୀଲ ପାତ୍ର, ହାବିଲଦାର ଗୋପାଳ ଚନ୍ଦ୍ର ପଣ୍ଡା, ଡ୍ରାଇଭର ରଞ୍ଜନ କୁମାର ପାତ୍ର ସମେତ ପୁଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ ।ଏଥିସହ ବ୍ରହ୍ମପୁର ଟ୍ରାଫିକ ଡ଼ିଏସପି ସାର୍ଥକ ରାୟ ଯୋଗଦେଇ ରକ୍ତ ଦାନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଶିବିରରେ ମୋଟ ୩୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବସ ମାଲିକ ରମେଶ ଚନ୍ଦ୍ର ପାତ୍ର, ଓ ବସ କର୍ମଚାରୀ ମାନେ ଯୋଗଦେଇ ରକ୍ତଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here