ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
273

 

ବ୍ରହ୍ମପୁର, ୦୫/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ସ୍ଥାନୀୟ ବଡ ମେଡିକାଲ ପଡିଆ ପଶ୍ଚିମ ପଟରେ ବିଶ୍ଵ ପରିବେଶ ଦିବସ ଅବସରରେ ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ନେତୃତ୍ବରେ ନିମଗଛ ୩୦୦, କୋନା କାର୍ପସ୍ ୧୦୦, ଓ ଛତିଆନ୍ ଗଛ ୧୦୦ ମୋଟ ୫୦୦ ଗଛ ରୋପଣ କରାଯାଇଥିଲା । ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ, ଶ୍ରୀଯୁକ୍ତ ବିଜୟ ଅମୃତ କୁଳାଙ୍ଗେ, ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଜେଡି ସଭାପତି ଶ୍ରୀଯୁକ୍ତ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମେଡିକାଲ ପ୍ରିନିସପାଲ୍ ଜ୍ବୋତିମୟୀ ତ୍ରିପାଠୀ, ମେଡିକାଲ ଅଧ୍ୟକ୍ଷ ସନ୍ତୋଷ ମିଶ୍ର ସମେତ ବହୁ ବିଜେଡି ନେତା ଯୋଗଦେଇ ସାମାଜିକ ଦୂରତା ବଜାୟ ରଖି ବୃକ୍ଷ ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here