ମା ସିଂହାସନୀ ଙ୍କ ପୀଠରେ ରଜ ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
141

 

ଗଞ୍ଜାମ, ୦୫/୦୬/୨୦୨୦(ଟୁକୁନା ପ୍ରଧାନ) – :ପୋଲସରା ବ୍ଲକ ଅନ୍ତର୍ଗତ ମା’ ସିଂହାସନି ପୀଠରେ ରଜ ପର୍ବ ନିମନ୍ତେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଜ ପର୍ବରେ ପ୍ରତିବର୍ଷ ହଜାର ହଜାର ଭକ୍ତ ମାନଙ୍କ ସମାଗମ ହେଉଅଛି ।କରୋନା ମହାମାରୀ ଯୋଗୁଁ ମା ସିଂହାସନି ଙ୍କ ପୀଠରେ ଜନ ସମାଗମକୁ ସରକାରଙ୍କ ନିର୍ଦ୍ଧେଶ କ୍ରମେ ସ୍ଥଗିତ ରଖାଗଲା ।ସରକାରୀ ନୀତି ନିୟମ ଅନୁଯାୟୀ ମା ସିଂହାସନି ଙ୍କ ରଜ ପର୍ବ ପାଳନ କରିବା ପାଇଁ ସ୍ଥିର କରାଗଲା । ବିଧି ମୁତାବକ ମା ଙ୍କ ନୀତି ସମ୍ପନ୍ନ କରାଯିବ । ଏଥିରେ ପୋଲସରା ବି ଡି ଓ ,ତହସିଲଦାର ,ଥାନା ଅଧିକାରୀ, ଆର୍ ଦବ୍ଲ୍ଯୁ ଏସ୍ ଏସ୍. ଏସ୍ ଡି ଓ ସମସ୍ତ ସରକାରୀ କର୍ମଚାରୀ ଏବଂ ପରିଚାଳନା କମିଟି ବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here