ନାଗରିକ ସାମ୍ମୁଖ୍ୟ ପକ୍ଷ ରୁ ପ୍ରତିବାଦ ପଦଯାତ୍ରା

0
144

 

ବ୍ରହ୍ମପୁର, ୦୫/୦୬/୨୦୨୦(ବ୍ୟୁରୋ ରିପୋର୍ଟ)
ଦେଶରେ କରୋନା ମହାମାରୀର ମୁକାବିଲା ନାଁରେ ବିଜେପି ନେତୄତ୍ଵାଧୀନ ମୋଦି ସରକାର ଓ ରାଜ୍ୟର ନବୀନ ସରକାର ଯେଉଁଭଳି ତରବରିଆ ଭାବେ ଲକ୍ ଡାଉନ୍ ଘୋଷଣା କଲେ ତାରି ଫଳରେ ଦେଶର ଅର୍ଥନୀତି ବରବାଦ ହୋଇ ସାଧାରଣ ଜନତା ବିଶେଷ କରି ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲକ୍ ଡାଉନ୍ ନାଁରେ ଦେଶର କୋଟି କୋଟି ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀଙ୍କ ରୋଜଗାର ଛଡାଇ ନେଇଥିବା ସରକାର, ଆଜି ସେମାନଙ୍କ ଦୁର୍ଦିନ ସମୟରେ ତୁରନ୍ତ ପଦକ୍ଷେପ ନେବା ବଦଳରେ ଲଗାତର ଶ୍ରମିକ ବିରୋଧୀ ପଦକ୍ଷେପ ନେବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ଶ୍ରମିକ ଓ ମଧ୍ୟବିତ୍ତ ଲୋକଙ୍କ ବିଭିନ୍ନ ଦାବି ନେଇ ନାଗରିକ ସାମ୍ମୁଖ୍ୟ ତରଫରୁ ଆଜି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଏକ ପ୍ରତିବାଦ ପଦଯାତ୍ରା କରାଯାଇଥିଲା। ଏଥି ରେ ଆବାହକ ଭଗବାନ ସାହୁ,ଇଂ ରାଜା ସୁରେଶ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ସୋମନାଥ ବେହେରା,ପ୍ରତାପ ଚନ୍ଦ୍ର ପ୍ରଧାନ,
ଶଙ୍କର ସାହୁ, ଅବନୀ କୁମାର ଗୟା ପ୍ରମୂଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here