ଆକସ୍ମିକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଭିନ୍ନ ଭିନ୍ନ ପରିବାର ଙ୍କୁ ସହାୟତା ପ୍ରଦାନ, ସମବେଦନା ଜଣେଇବା ସହିତ ଆର୍ଥିକ ସହାୟତା ପ୍ରଦାନ କଲେ ବିଧାୟକ, ପ୍ରବାସୀ ଓଡିଆ ଙ୍କ ସହ ଆଲୋଚନା

0
289

 

ଗଞ୍ଜାମ,୧୨/୦୬/୨୦୨୦(ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି,ଭଗବାନପୁର,ପୁରୁଣା ଦଦରାଖୋଲ,କଞ୍ଚୁରୁ,ଗୋଳାବନ୍ଧ,ଗୌଡ଼ିଆବୋରଦା ଛଅ ଗୋଟି ଗ୍ରାମର ଛଅ ଜଣ ଆକସ୍ମିକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତ୍ୟୁ ବରଣ କରିଥିବା ପରିବାରଙ୍କ ଘରକୁ ଯାଇ ଓଡ଼ିଶା ସରକାରଙ୍କ ତରଫରୁ ୪ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ତହସିଲଦାରଙ୍କ ଉପସ୍ଥିତିରେ ଚେକ ପ୍ରଦାନ କରିଛନ୍ତି ଏବଂ ସଂଘରୋଧ କେନ୍ଦ୍ରରୁ ଆସିଥିବା ପ୍ରବାସୀ ଓଡ଼ିଆ ମାନଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ବୁଗୁଡା ବ୍ଲକ ଅନ୍ତର୍ଗତ ଏକଡାଳ ଗ୍ରାମର ଅରକ୍ଷିତ ନାୟକ ବୟସ ୭୨ ଏକଡାଳ ଛକ ନିକଟରେ ବାଇକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here