ସୌରାପଲ୍ଲୀ ରେ ମଦ ବିକ୍ରି କୁ ବନ୍ଦ କରିବା ଘଟଣାରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଆକ୍ରମଣର ଶୀକାର ହୋଇଥିବା ଯୁବକର ମୃତ୍ୟୁ

0
127

 

ଗଞ୍ଜାମ, ୨୯/୦୬/୨୦୨୦(, ଟୁକୁନା ପ୍ରଧାନ) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସଉରାପଲ୍ଲୀ ଗ୍ରାମରେ ମଦ ବିକ୍ରି ଘଟଣାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଯୁବକ ଏସ୍. ରାଜୁ ଦୋରା (୩୨)ଙ୍କର ଆଜି ମୃତ୍ୟୁ ହୋଇଛି l ଗତ ୧୬ ତାରିଖ ଦିନ ସଉରା ପଲ୍ଲୀ ଗ୍ରାମରେ ସୁଶାନ୍ତ ଦୋରା ଓ ତାଙ୍କ ୫ ଜଣ ସହଯୋଗୀ ଙ୍କ ସହ ରାଜୁ ଦୋରା ସହ ଗଣ୍ଡଗୋଳ ହେବା ପରେ ସୁଶାନ୍ତ ଙ୍କ ସହ ୬ ଜଣ ମିଶି ରାଜୁକୁ ସଂଘବଦ୍ଧ ଆକ୍ରମଣ କରିଥିଲେ l ତାଙ୍କୁ ପ୍ରଥମେ ସୁମଣ୍ଡଳ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲେ l ସେଠାରେ ଦୀର୍ଘ ୧୪ ଦିନ ଚିକିତ୍ସା ପାଇବା ପରେ ଆଜି ମେଡିକାଲରେ ରାଜୁର ମୃତ୍ୟୁ ଘଟିଛି l ଗତ ୧୬ ତାରିଖ ଦିନ ରାଜୁର ପତ୍ନୀ ଏସ୍. ଲାବଣ୍ୟ ଦୋରା ଫାଣ୍ଡିରେ ଏତଲା ଦେଇଥିଲେ ଏତଲାକୁ ଭିତି କରି ସେହି ୬ ଜଣଙ୍କ ବିରୋଧରେ କେଶ୍ ନମ୍ବର ୨୧୦/୨୦୨୦ ରେ ଏକ ମାମଲା ରୁଜ୍ଜୁ ହୋଇଥିଲେ ବି ଆସାମୀ ଗିରଫ୍ ହୋଇନଥିଲେ l ଆଜି ରାଜୁର ମୃତ୍ୟୁ ପରେ ତାଙ୍କ ଶବକୁ ବ୍ରହ୍ମପୁର୍ ପୁଲିସ ଜବତ କରି ବ୍ଯବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛି l ସେପଟେ ଏହି ଘଟଣାରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଙ୍କ କହିବା ମୁତାବକ ତଦନ୍ତ ରିପୋର୍ଟ୍ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ୍ କୁ ଆଧାର କରି ଦୋଷୀଙ୍କ ବିରୁଦ୍ଧରେ ହତ୍ୟାକାଣ୍ଡ ଦଫା ଲାଗିବ ବୋଲି ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି l ସେହି ଗ୍ରାମରେ ମଦ ବନ୍ଦ କରିବା ପାଇଁ ରାଜୁ ଅଣ୍ଟା ଭିଡ଼ିବା ପରେ ସୁଶାନ୍ତ ଗୋଷ୍ଠୀ ମଧ୍ୟରେ ମଦ ବିକ୍ରି ବନ୍ଦ କରିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହେବା ପରେ ରାଜୁ ଆକ୍ରମଣର ଶିକାର ହୋଇଥିଲା l

LEAVE A REPLY

Please enter your comment!
Please enter your name here