ତୈଳ ଦର ବୃଦ୍ଧି ବିରୋଧରେ ସିପିଆଇ (ଏମ) ର ବିକ୍ଷୋଭ

0
142

 

ବ୍ରହ୍ମପୁର,୩୦/୦୬/୨୦୨୦(ବ୍ୟୁରୋ ରିପୋର୍ଟ)ଭାରତରେ ପେଟ୍ରୋଲ ଓ ଡିଜେଲ ର ମୂଳ ଦର ଉପରେ କେନ୍ଦ୍ର ସରକାର ଙ୍କ ଅବକାରୀ ଶୁଳ୍କ(Exercise Duty) ଓ ରାଜ୍ୟ ସରକାର ଙ୍କ ମୂଲ୍ୟ
ଯୁକ୍ତ କର(VAT) ଇତ୍ୟାଦି ମିଶାଇ ମୋଟ ଟିକସ ପରିମାଣ ହେଉଛି ଶତକଡା ୬୯ ଭାଗ। ବିଶ୍ବ ର ସମସ୍ତ ଦେଶ ତୁଳନା ରେ ଭାରତ ରେ ଟିକସ ‌ହାର ସର୍ବାଧିକ। ତୈଳ ଦର ବୃଦ୍ଧି ର ଏହା ମୂଖ୍ୟ କାରଣ।
ଟିକସ ହ୍ରାସ କରି ପେଟ୍ରୋଲ ଓ ଡିଜେଲ ଦର କମାଇବା ଦାବି ରେ ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ , ଆଙ୍କୁଶପୁର ର ମୂଖ୍ଯ ରାସ୍ତା ଠାରେ ଏକ ବିକ୍ଷୋଭ ସଂଗଠିତ ହୋଇଥିଲା । ଏହି ବିକ୍ଷୋଭ ରେ ସି ପି ଆଇ (ଏମ )ର ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଦ୍ୟାଧର ଜେନା, DYFI ର ଜିଲ୍ଲା ସଂପାଦକ ଅଜିତ କୁମାର ପାଣିଗ୍ରାହୀ , DSMM ର ଜିଲ୍ଲା କମିଟି ସଭ୍ୟ ବିପିନି ନାୟକ , AIDWA ର ଜିଲ୍ଲା ସଂପାଦିକା ବିଷ୍ଣୁପ୍ରିୟା ସାହୁ , କୃଷକ ନେତା କୋରାମଣି ଗୌଡ଼, ମଙ୍ଗଳା ଡାକୁଆ , ଅଟୋଚାଳକ ସଂଘ ର ସଂପାଦକ ଦଣ୍ଡପାଣି ବେହେରା ପ୍ରମୁଖ ଯୋଗଦେଇ ଥିଲେ l

LEAVE A REPLY

Please enter your comment!
Please enter your name here