୧୦ ଜିଲ୍ଲା ରେ ଶନିବାର, ରବିବାର ସଟଡାଉନ । ଜୋନ-୧ରେ ଯାଉଥିବା ୧୦ ଜିଲ୍ଲାରେ ହେବ ଦୁଇ ଦିନିଆ ସଟ୍ ଡାଉନ ।

0
252

 

ଭୁବନେଶ୍ୱର,୩୦/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ୧୦ ଜିଲ୍ଲାରେ ୨ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ରାଜ୍ଯ ସରକାର। ଆଜି ଏ ସଂପର୍କ ରେ ମୂଖ୍ୟ ଶାସନ ସଚିବ ସୁଚନା ଦେଇଛନ୍ତି। ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ହେବ ୧୦ ଜିଲ୍ଲା । ଜୋନ-୧ରେ ଯାଉଥିବାରୁ ୧୦ ଜିଲ୍ଲାକୁ ସପ୍ତାହ ଶେଷରେ ଦୁଇ ଦିନ ପାଇଁ ସଟଡାଉନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ଗଞ୍ଜାମ, ଗଜପତି, କଟକ, ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧା, ଝାରସୁଗୁଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ହେବ । ଏହି ୧୦ ଜିଲ୍ଲାରେ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିବାରୁ ସେଠାରେ ସଟଡାଉନ ଘୋଷଣା କରାଗଲା ।ବ୍ୟକ୍ତିଗତ ପରିବହନ ବନ୍ଦ ରହିବ, ଦୋକାନ ବଜାର ବନ୍ଦ ରହିବ, ସଭା ସମିତି ବନ୍ଦ ରହିବ । ସ୍ଥାନୀୟ ପ୍ରଶାସନ ଏ ସବୁ ନିୟମ କଡାକଡି କରିବେ । ତେବେ ସଟଡାଉନରେ ଜରୁରୀ ସେବା ଚାଲୁ ରହିବ । ମେଡିକାଲ ସେବା, ପୋଲିସ ଓ ଅଗ୍ନିଶମ ବାହିନୀ, ଟେଲିକମ ସେବା, ପେଟ୍ରୋଲ ପମ୍ପ, ମିଡିଆ, ଜଳ ଯୋଗାଣ, ସ୍ୱରେଜ ସେବା, ବିଦ୍ୟୁତ୍ ଯୋଗାଣ, କୃଷି ଆଦି ସେବା ଯୋଗାଉଥିବା କର୍ମଚାରୀ ସଟଡାଉନରେ ଗତି କରିପାରିବେ ।

LEAVE A REPLY

Please enter your comment!
Please enter your name here