ସଙ୍ଗରୋଧ ବାହାରୁ ୪ ଜଣଙ୍କ ଠାରେ କରୋନା ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କଲା ପ୍ରଶାସନ,କଣ୍ଟାକ୍ଟ ଟ୍ରେସିଂରେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ବିନା ପରୀକ୍ଷାରେ ଫେରାଇଲା ସ୍ୱାସ୍ଥ୍ୟ ବିଭାଗ ।

0
124

 

ବେଲଗୁଣ୍ଠା,୩୦/୦୬/୨୦୨୦:-ସାରା ଓଡ଼ିଶାରେ କରୋନାର ଏକ ନମ୍ବର ହଟସ୍ପଟ୍ ହୋଇଛି ଗଞ୍ଜାମ ଜିଲ୍ଲା ।ସଙ୍ଗରୋଧ ବାହାରୁ ଚିହ୍ନଟ ହେଉଥିବାରୁ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି ।କୋଉଠି ନା କୋଉଠି ଏଥିପାଇଁ ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଦାୟୀ ବୋଲି ଆଲୋଚନା ହେଉଛି ।ବେଲଗୁଣ୍ଠାରେ ଗତକାଲି ସଙ୍ଗରୋଧ ବାହାରୁ ୪ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା ।ସେମାନଙ୍କ ମଧ୍ୟରୁ ଜଣେ ୩୮ବର୍ଷୀୟ ଯୁବକ,୬୦ ବର୍ଷୀୟ ତାଙ୍କ ମାଁ,ତାଙ୍କ ରେଡିମେଡ୍ ଗାର୍ମେଣ୍ଟ ଦୋକାନରେ କାମ କରୁଥିବା ୨୨ବର୍ଷୀୟ ସେଲସ ମ୍ୟାନ ଏବଂ ଅନ୍ୟ ଜଣେ ଜଳଖିଆ ଦୋକନୀଙ୍କ ୨୮ ବର୍ଷୀୟ ପୁଅ ।ଚିହ୍ନଟ ହେବା ପରେ ଏମାନଙ୍କୁ କୋଭିଡ ଭ୍ୟାନରେ ଭଞ୍ଜନଗର କୋଭିଡ କେୟାର ସେଣ୍ଟରକୁ ପଠାଯାଇଥିଲା ।ଆଜି ସେମାନେ ରହୁଥିବା ଅଞ୍ଚଳ ଏବଂ ଆଖପାଖ ଅଞ୍ଚଳ ତଥା ବେଲଗୁଣ୍ଠା ଏନ୍.ଏ.ସିର ୭,୮,୧୦,୧୧ ନଂ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଏବଂ ୩,୪,୬,୯,୧୨ ୱାର୍ଡକୁ ବଫର ଜୋନ୍ ଘୋଷଣା କରିବା ପାଇଁ ବେଲଗୁଣ୍ଠା ପ୍ରଶାସନ ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସୁପାରିଶ କରାଯାଇଛି ।ସଂପୃକ୍ତ ଅଞ୍ଚଳକୁ ବାଉଁଶ ବାରିକେଡ୍ ତିଆରି ବାହାର ଲୋକଙ୍କ ଯିବା ଆସିବା ବାରଣ କରାଯାଇଛି ।ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି ।କିନ୍ତୁ ସେମାନଙ୍କ ସମ୍ପର୍କରେ ଆସିଥିବା କିଛି ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଥିବା ଦେଖି ସେମାନେ ସ୍ୱାବ୍ ପରୀକ୍ଷା ପାଇଁ ଯାଇଥିଲେ ।କିନ୍ତୁ ବିନା ରେଫେରେନ୍ସରେ ସ୍ୱାବ୍ ସଂଗ୍ରହ ହୋଇପାରିବ ନାହିଁ ବୋଲି ଭଞ୍ଜନଗରରେ ସେମାନଙ୍କ ସ୍ୱାବ୍ ସଂଗ୍ରହ ନ କରି ଫେରାଇଦେଇଥିବା ଜଣାପଡିଛି ।ଏ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ବୋଲି ଆଲୋଚନା ହେଉଥିବା ବେଳେ କରୋନା ଚିହ୍ନଟର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇନଥିବା ଅଭିଯୋଗ ହୋଇଛି ।ଏ ନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ: ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here