ପୋଲସରା ବ୍ଲକ ଭାବରଡା ଗ୍ରାମ ର ବରାଡ କଲୋନୀ ୪୮ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ

0
197

 

ଗଞ୍ଜାମ,୧୨/୦୭/୨୦୨୦ ( ଟୁକୁନା ପ୍ରଧାନ) – :ଗଂଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ଭାବରଡା ଗ୍ରାମରେ ଗତକାଲି ବରାଡ କଲୋନିରେ କରୋନା ପଜେଟିଭ୍ ବାହାରିବା ପରେ, ଆଜି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ଶ୍ରୀ କୁଳମଣି ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା କ଼ୁମାରୀ ପ୍ରଧାନ ଓ ଅଙ୍ଗନବାଡ଼ି କର୍ମୀ ନିଶା ମଣି ବରାଡ ଓ ଆସା କର୍ମୀ ଶ୍ରୀମତୀ ସୁଲତନା ସାହୁ ଓ ପଞ୍ଚାୟତ ପିଅନ ବସନ୍ତ କୁମାର ସାହୁ , ବସନ୍ତ ପ୍ରଧାନ, ଖଗେଶ୍ବର ପ୍ରଧାନ ଓ ଶଙ୍କର୍ଷଣ ପ୍ରଧାନ ଓ ବହୁତ ବରିଷ୍ଠ ନାଗରିକ, ୱାର୍ଡ ସଭ୍ଯ ମାନଙ୍କ ଉପସ୍ଥିତ ରେ ୪୮ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରିବା ପାଇଁ ନିଷ୍ପତ୍ତି କରିବା ସହ, ସରପଞ୍ଚ ଶ୍ରୀମତୀ ପ୍ରଧାନ ଆଜି ଅପରାହ୍ନ ୪ଟା ଠାରୁ ୧୪.୦୭.୨୦୨୦ ପର୍ଯ୍ୟନ୍ତ ଏହି ସଟ୍ ଡାଉନ ଜାରୀ ରହିବ ବୋଲି ଘୋଷଣା କରିଛନ୍ତି । ଏଥି ସହିତ କୌଣସି ବ୍ୟକ୍ତି ବିଶେଷ ବରାଡ କଲୋନି କୁ ନ ଯିବା ପାଇଁ କହିଛନ୍ତି । ଏହି ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here