ଆତଙ୍କ ସୃଷ୍ଟି କରୁଥିବା ଯୁବକ ଗିରଫ, ପିସ୍ତଲ ଜବତ।

0
281

 

ବୁଗୁଡା, ୦୫/୦୮/୨୦୨୦:ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମାଇଲ ଛକ ରେ ଗତକାଲି ସନ୍ଧ୍ୟାରେ ଜଣେ ଯୁବକ ପିସ୍ତଲ ଧରି ଆତଙ୍କ ସୃଷ୍ଟି କରୁଥିବା ବେଳେ ବୁଗୁଡା ପୋଲିସ ଦ୍ୱାରା ଗିରଫ ହେବା ସହ ଏକ ପିସ୍ତଲ ଜବତ ହୋଇଥିବା ଜଣାପଡିଛି। ଅଗଷ୍ଟ ୪ ତାରିଖ ସନ୍ଧ୍ୟାରେ ବୁଗୁଡା ସହରର କାହ୍ନୁ ଚରଣ ନାୟକ ଏକ ପିସ୍ତଲ ଧରି ରାସ୍ତରେ ଯାଉଥିବା ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଆତଙ୍କ ସୃଷ୍ଟି କରୁଥିବା ବେଳେ ଷୋହଳ ମାଇଲ ବାସିନ୍ଦା ମାନେ ବୁଗୁଡା ପୋଲିସକୁ ଖବର ଦେଇଥିଲେ। ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାହ୍ନୁକୁ କାବୁକରି ଗିରଫ କରିବା ସହ ସେ ଧରିଥିବା ପିସ୍ତଲକୁ ଜବତ କରି ବୁଗୁଡା ଥାନା କେଶ ନଂ ୨୧୪/୨୦ ପ୍ରକାରେ ଏକ ମମାଲ ରୁଜୁ କରିଥିଲେ। ଆଜି ବୁଧବାର ଦିନ କାହ୍ନୁ ଚରଣ ନାୟକକୁ କୋର୍ଟ ଚାଲାଣ କରାଯାଇ ଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here