ଚିରିକିପଡା ଶାସନ ଗ୍ରାମରେ ରହୁଥିବା ବୁଲା ବେପାରୀ ଯୁବକଙ୍କ ମୃତ୍ୟୁ ସନ୍ଦେହ ଘେରରେ

0
324

 

ଗଞ୍ଜାମ,୦୫/୦୮/୨୦୨୦ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଶିଶୁ ମନ୍ଦିର କଲୋନୀ ସାହିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।ମୃତ ବ୍ଯକ୍ତି ହେଲେ ମାଳ ତେନ୍ତୁଳିଆ ଗ୍ରାମର ନାରାୟଣ ପ୍ରଧାନ । ସେ ଚଢିଆପଡା ଗ୍ରାମର ରଶ୍ମିତା ପ୍ରଧାନ ଙ୍କୁ ପ୍ରେମ ବିବାହ କରି ଦିର୍ଘ ଦିନଧରି ଚିରିକିପଡା ଶାସନ ଗ୍ରାମରେ ବୁଲା ବେପାର କରି ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ତାଙ୍କର ଆଜି ପୁରୁଣା ସମ୍ପର୍କକୁ ନେଇ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ସେ ଗତକାଲି ନିଜ ପରିବାର ଓ ମଧୁପଲ୍ଲୀ ସମ୍ପର୍କିତ ଭାଇ ମନୋଜ ପ୍ରଧାନ ଙ୍କ ସହିତ ଧନେଇ ଡ୍ଯାମ ବୁଲିବାକୁ ଯାଇ ଥିଲେ । ସେଠାରୁ ଫେରିବା ପରେ ନାରାୟଣ , ରଶ୍ମିତା ଓ ମନୋଜ ଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହାକି ନାରାୟଣ ଙ୍କ ଝିଅ କହିବା ଅନୁସାରେ ଝଗଡା ପରେ ସମସ୍ତେ ଖାଇ ପି ଶୋଇ ଯାଇଥିଲେ । କିନ୍ତୁ ଗତ ରାତ୍ର ତିନିଟା ସମୟରେ ମୃତକଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ ନିଜ ଘର ଆଗରେ ଛିଡାହୋଇ ସାହି ଲୋକଙ୍କୁ ପାଟି କରି ଡାକିଥିଲେ ଭିତରୁ କବାଟ ଦେଇ ଦେଇଛନ୍ତି ମୋ ସ୍ବାମୀ ତାଙ୍କୁ ବଞ୍ଚାଓ । ସାହି ଲୋକ କବାଟ ଭାଙ୍ଗି ଦେଖିବା ବେଳକୁ ନାରାୟଣ ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ରାତି ରେ ପରିବାର ସହ ଏକତ୍ରିତ ହୋଇ ଶୋଇଥିଲେ ନାରାୟଣ ଙ୍କ ସ୍ତ୍ରୀ କିପରି ବାହାରକୁ ଆସିଲେ ଏବଂ ଲୋକଙ୍କୁ ଡାକିଲେ ତାହା ସନ୍ଦେହ ଘେରରେ । ଯାହାକି ସେହି ଘର ବାରିପଟରେ ଏକ ନିଶୁଣୀ ଛାତକୁ ଟଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣାଟି ପ୍ରେମ ସମ୍ପର୍କକୁ ନେଇ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଖବର ପାଇ ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଚଳାଇ ଥିବା ଜଣାପଡିଛି ।ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଚନ୍ଦ୍ରଭାନୁ ସାହୁ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here