ଜନ୍ମଦିନରେ ରକ୍ତଦାନ କରିଲେ ପବ୍ଲିକ ରାଇଟ ଆସୋସିଏସନର ସଦସ୍ୟ

0
144

 

ବ୍ରହ୍ମପୁର, ୦୮/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ନିଜ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଲେ ବ୍ରହ୍ମପୁର ପବ୍ଲକି ରାଇଟ ଆସୋସିଏସନ ଉପ ସଭାପତି ଚନ୍ଦ୍ର ଶେଖର ପ୍ରଧାନ । ଆଜି ନିଜ ଜନ୍ମଦିନ ଅବସରରେ ସଙ୍ଗଠନର କିଛି ସଦସ୍ୟଙ୍କ ସହ ମିଶି ବ୍ରହ୍ମପୁର ଏମକେସିଜି ରେଡ କ୍ରସ ରକ୍ତ ଭଣ୍ଡାରରେ ରକ୍ତଦାନ କରିଛନ୍ତି । ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆସୋସିଏସନ ବ୍ରହ୍ମପୁର ମହାନଗର ସଭାପତି ସତ୍ୟ ଚେତନ ପରିଡା , ଉପ ସଭାପତି ଚନ୍ଦ୍ର ଶେଖର ପ୍ରଧାନ , ଶିବ ଦତ୍ତ ଦାସ , ନିଲନ ଦାସ , ଶାଶ୍ୱତ ରଞ୍ଜନ ପଣ୍ଡା ରକ୍ତ ଦାନ କରିଥିଲେ । ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିବାରୁ ଏମକେସିଜିକୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଚଳିତ ବର୍ଷ ନିଜର ଜନ୍ମଦିନ ପରିବାର ସହ ପାଳନ ନ କରି କିଛି ନୂଆ କରିବାର ପ୍ରୟାଶ କରି ନିଜର ସଂଗଠନର ସହଯୋଗରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା କହିଛନ୍ତି । ଏହା ସହ କରୋନା ମହାମାରୀ ସମୟରେ ରକ୍ତର ଅଭାବକୁ ଦୂରୀକରମ କରିବା ନମନ୍ତେ ବ୍ରହ୍ମପୁର ବାସୀଙ୍କୁ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବାପାଇଁ ପବ୍ଲିକ ରାଇଟ ଆସୋସିଏସନ ପକ୍ଷରୁ ସଚେତନ ବାର୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ପବ୍ଲିକ ରାଇଟ ଆସୋସିଏସନର ରାଷ୍ଟ୍ରିୟ ସଙ୍ଗଠନ ମହାସଚିବ ଡା. ଭବାନୀ ଶଙ୍କର ଦାସ ସଙ୍ଗଠନ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସାଧୁବାଦ ଜଣାଇଥିଲେ । ଏଭଳି ମହାମାରୀ ସମୟରେ ମହତ୍ତ କାର୍ଯ୍ୟ କରି ସେ ବେଶ ଖୁସି ଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here