ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ସେପଟେ ୨୪ ଘଣ୍ଟା ଭିତରେ ଉତ୍ତର ଓଡିଶାରେ ଅତି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ୍ ଓ ୟେଲୋ ଓ୍ୱାର୍ଣ୍ଣିଂ ଜାରି

0
150

 

ଭୁବନେଶ୍ୱର,୧୫/୦୮/୨୦୨୦(ବ୍ୟୁରୋ ରିପୋର୍ଟ)  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଗାମୀ ୨୪ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଏଥି ସହ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜ୍ୟର ବିଭିନ୍ନ ଅଂଚଳ । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲ୍ଲା । ଦେଓଗଡ଼, ତେଲକୋଇଠୁ ଆରମ୍ଭ କରି ଭଦ୍ରକ ଢ଼େଙ୍କାନାଳ ପର୍ଯ୍ୟନ୍ତ ସବୁଠି ବର୍ଷା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଗାମୀ ୨୪ଘଣ୍ଟା ଭିତରେ ଉତ୍ତର ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ । ଏଥି ସହ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ପାଣିପାଗ ବିଭାଗ ପକ୍ଷ ରୁ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here