ସେପ୍ଟେମ୍ବର ସୁଦ୍ଧା ଖୋଲି ନପାରେ ସ୍କୁଲ, ଆରମ୍ଭ ହେବ ‘ଶିକ୍ଷା ସମ୍ପର୍କ ଯୋଜନା’

1
227

 

ଭୂବନେଶ୍ୱର,୧୫/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ସେପ୍ଟେମ୍ବର ସୁଦ୍ଧା ଖୋଲି ନପାରେ ସ୍କୁଲ
ବର୍ତ୍ତମାନ ସ୍ଥିତିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଆଶଙ୍କା ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। କହିଲେ ସେପ୍ଟେମ୍ବର ସୁଦ୍ଧା ଖୋଲି ନପାରେ ସ୍କୁଲ।
ଏଥି ପାଇଁ ଖୁବ୍‌ଶୀଘ୍ର ଆରମ୍ଭ ହେବ ‘ଶିକ୍ଷା ସମ୍ପର୍କ ଯୋଜନା’, ନୂଆ ଯୋଜନାରେ ଗାଁକୁ ଗାଁ ଯାଇ ପାଠ ପଢ଼ାଇବେ ଶିକ୍ଷକ, ଆସନ୍ତା ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ସିଲାବସ୍‌ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସୁଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ୬୦ ଲକ୍ଷ ଶିଶୁଙ୍କୁ ଇ-ଶିକ୍ଷା ଉପରେ ନିର୍ଭର କରିବାକୁ ପଡ଼ିବ, ଏବେ ୨୨ ଲକ୍ଷ ଶିଶୁ ଅନ୍‌ଲାଇନରେ ପାଠ ପଢୁଛନ୍ତି, ବାକି ୩୮ ଲକ୍ଷ ଶିଶୁ ଇଣ୍ଟରନେଟ ପାଇଁ ପାଠପଢ଼ାରୁ ବଞ୍ଚିତ ଅଛନ୍ତି।

1 COMMENT

LEAVE A REPLY

Please enter your comment!
Please enter your name here