ନୟାଗଡ଼ରେ ଚାଞ୍ଚଲ୍ୟ ।ମହିଳା ଜି ଆର୍ ଏସ ଙ୍କ ଠାରୁ ଦୁର୍ବୃତ୍ତ ଲୁଟିଲେ ବୃଦ୍ଧ ବୃଦ୍ଧଙ୍କ ଭତ୍ତା ଟଙ୍କା ।

0
431

 

ନୟାଗଡ଼,୧୫/୦୮/୨୦୨୦:
୭୪ ତମ ଭାରତୀୟ ସ୍ଵାଧୀନତା ଦିବସ ସରକାରୀ କରୋନା କଟକଣା ଜନିତ କାରଣରୁ ସୀମିତ ସମାଗମ ଏବଂ ନିରାଡମ୍ବର ଭାବରେ ପାଳନ କରାଯାଇଛି ।ପ୍ରତିମାସର ଜାତୀୟ ସାଧାରଣ ସୁରକ୍ଷା ଭତ୍ତା ୧୫ ତାରିଖରେ ବଣ୍ଟନର ବ୍ୟବସ୍ଥା ଥିବାରୁ ଆଜି ମଧ୍ୟ ଏହି ବଣ୍ଟନ ବ୍ୟବସ୍ଥା ସର ଓଡ଼ିଶାରେ କାର୍ଯ୍ୟ କରୁଅଛି ପରନ୍ତୁ ଚଳିତ ସ୍ଵାଧୀନତା ଦିବସ ପାଳନ ପ୍ରରିପ୍ରେଖୀରେ ଭତ୍ତା ବଣ୍ଟନ ବେଳେ ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଥିବା ଜଣାଯାଇଛି । ଜଣେ ମହିଳା ଜିଆରଏସଙ୍କ ଠାରୁ କିଛି ଦୁର୍ବୁତ୍ତ ବଣ୍ଟନ ଉଦ୍ଧିଷ୍ଟ ଭତ୍ତା ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଅଛି ।

ମିଳିଥିବା ସୂଚନା ପ୍ରକାରେ ଓଡ଼ଗାଁ ବ୍ଲକ୍ ଏବଂ ଥାନା ଅନ୍ତର୍ଗତ ଭାଡ଼ିକିଳା ପଂଚାୟତ ଜି ଆର୍ ଏସ ଗାୟତ୍ରୀ ଖଣ୍ଡେଇ ଆଜି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବଣ୍ଟନ ସରି ନିଜ ସ୍କୁଟି ଯୋଗେ ବାଉଁଶଗାଡ଼ିଆରୁ ଆମ୍ବରାପୁର ରାସ୍ତାରେ ଫେରୁଥିଲା ବେଳେ ରାସ୍ତାରେ ପଡ଼ୁଥିବା ଏକ ବ୍ରିଜ ନିକଟରେ ଦୁଇ ଜଣ ଦୁର୍ବତ୍ତ ତାଙ୍କୁ ଅଟକାଇ ପ୍ରଥମେ ଗାଡ଼ି ଚାବି ଛଡ଼ାଇ ନେଇଥିବା ବେଳେ ପରେ ତାଙ୍କ ଡିକି ଖୋଲି ଡିକିରେ ଥିବା ୪୫ ହଜାର ଟଙ୍କା ଲୁଟି ନେଇଥିବା ଜଣା ଯାଇଛି । ଏନେଇ ସଂପୃକ୍ତ ଜି ଆର୍ ଏସ ଓଡ଼ଗାଁ ଥାନାରେ ପହଂଚି ଟଙ୍କାଚୋରି ନେଇ ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଂଚି ତନାଘନା ଚଳାଇଥିବା ଜଣାଯାଇଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here