ରକ୍ତଦାନ ଜୀବନ ଦାନ, ରକ୍ତର ବିକଳ୍ପ ନାହିଁ ଏହା ଏକ ଅମୁଲ୍ୟ ସମ୍ପଦ |

0
155

 

ବ୍ରହ୍ମପୁର,୧୫/୦୮/୨୦୨୦(ହିମାଶୁଂ ଶେଖର ସାବତ) ରକ୍ତାଭାବ ଦୂର ପାଇଁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ “ଓଡିଶା ମୋ ପରିବାର “ଏବଂ ” ଜୀବନ ବିନ୍ଦୁ” ପକ୍ଷରୁ ରକ୍ତ ସଂଗ୍ରହ ଅଭିଯାନ ଜାରି ରହିଛି। ଏହି କ୍ରମରେ ବ୍ରହ୍ମପୁର ଠାରେ ମାନ୍ୟବର ବିଧାୟକ ଶ୍ରୀମାନ ବିକ୍ରମ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ରକ୍ତଦାନ ଶିବିରର ଆଜି ଶେଷ ଦିବସ ଏବଂ ଆଜିର ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ ସହ ସମୂହ ୩୪୯ ରକ୍ତ ସଂଗ୍ରହ ହୋଇଛି । ବ୍ରହ୍ମପୁର ବିଧାୟକଙ୍କ ଆହ୍ୱାନ କ୍ରମେ ମହାମାରୀ ସମୟରେ ରକ୍ତ ଅଭାବ ଦୂରକରିବା ପାଇଁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସାହାସୀକତାର ପରିଚୟ ଦେଇଥିବା ଆଜିର ସମସ୍ତ ରକ୍ତଦାତା ମାନଙ୍କୁ ବିଧାୟକ ଶ୍ରୀ ପଣ୍ଡା ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here