“ବ୍ରହ୍ମପୁର ୟୁଥ ଫର ନେଶନ” ପକ୍ଷରୁ ଗରିବଙ୍କୁ ରାସନ ସାମଗ୍ରୀ ପ୍ରଦାନ

0
139

 

ବ୍ରହ୍ମପୁର,୧୫/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ସହର ର ଅଗ୍ରଣୀ ସାମାଜିକ ସଂଗଠନ “ୟୁଥ ଫର ନେଶନ” ପକ୍ଷରୁ ବସ୍ତି ଅଞ୍ଚଳର ଗରିବ ପରିବାରକୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି।ସ୍ୱାଧୀନତା ଦିବସ ଅବସରରେ ସଂଗଠନ ପକ୍ଷରୁ ପ୍ରେମ ନଗର ନିକଟରେ ଥିବା ଲେପର୍ସ କଲୋନୀର ପ୍ରାୟ ୩୦ ପରିବାରକୁ ରାସନ ସାମଗ୍ରୀ, ମାସ୍କ ଏବଂ ସାନିଟାଇଜର ପ୍ରଦାନ କରାଯାଇଥିଲା। ଏହା ସହ ଘରୁ ବାହାରକୁ ବାହାରିଲେ କିପରି ମାସ୍କ ଓ ସାନିଟାଇଜରର ସଠିକ ବ୍ୟବହାର କରିବେ ସେ ନେଇ ସଚେତନ କରାଇଥିଲେ। ସେହିପରି ଉକ୍ତ ଅଞ୍ଚଳର ପାଖାପାଖି ୫୦ ପିଲାଙ୍କୁ ବ୍ରେଡ ଓ ବିସ୍କୁଟ ପ୍ୟାକେଟ ମଧ୍ୟ ପ୍ରଦାନ କରିଥିଲେ। ୟୁଥ ଫର ନେସନର ସଂଯୋଜକ ଶୀର୍ଷକ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗଠନ ର ସଦସ୍ୟ ଅନୀଲ ପଟ୍ଟନାୟକ, ବଳରାମ ସାହୁ, ଶିବ ଶଙ୍କର ବେହେରା, ମନୋଜ ବିଷୋୟୀ, ଶୁଭମ ମହାରଣା ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here