ସୁରଜ ସମ୍ମାନରୁ ବଞ୍ଚିତ ହେଲେ ଗଞ୍ଜାମ ଜିଲ୍ଲାର ବିପିନ ପ୍ରଧାନ

0
129

ବୁଗୁଡା ,୧୬/୦୮/୨୦୨୦ : ସୁରତରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଭାଟପଡ଼ା ଗ୍ରାମର ବିପିନ ରଘୁ ପ୍ରଧାନ ୨୦୨୦ ମାର୍ଚ୍ଚ ୧୪ ତାରିଖ ଦିନ ଦୁଇଟି ବୃକକ, ଯକୃତ, ହୃତପିଣ୍ଡ ଓ ଦୁଇଟି ଚକ୍ଷୁ, ୬ ଜଣଙ୍କୁ ପ୍ରଦାନ କରି ଅମର ହୋଇଥିଲେ ମଧ୍ୟ ଅଙ୍ଗଦାନ ଦିବସରେ ଓଡ଼ିଶା ସରକାର ପ୍ରଦାନ କରିଥିବା ମରଣୋତ୍ତର ସୁରଜ ସମ୍ମାନରୁ ବଞ୍ଚିତ ହୋଇଥିବା ଯୋଗୁଁ ଓଡିଶା ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ସ୍ବର୍ଗତ ବିପିନଙ୍କୁ ମଧ୍ୟ ସୁରଜ ସମ୍ମାନ ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ ଦାବୀ କରିଛନ୍ତି। ଓଡ଼ିଶା ସରକାରଙ୍କ ସୁରଜ ସମ୍ମାନ କଣ ? ୨୦୧୯ ଅକ୍ଟୋବର ମାସରେ ଭଞ୍ଜନଗର ଥାନା ଅନ୍ତର୍ଗତ ସୁରଜ ନାମକ ଜଣେ ବ୍ୟକ୍ତି ସୁରାଟରେ କାର୍ଯ୍ୟ କରୁଥିବା ବେଳେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ପରିବାର ସୁରଜଙ୍କ ଅଙ୍ଗଦାନ କରି ଅନ୍ୟମାନଙ୍କୁ ବଞ୍ଚାଇ ଥିଲେ। ଅଙ୍ଗଦାନକୁ ଉତ୍ସାହିତ କରିବା ସହ ସ୍ବର୍ଗତ ସୁରଜଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ସୁରଜ ସମ୍ମାନ ପ୍ରଦାନ ପାଇଁ ୨୦୧୯ ନଭେମ୍ବର ମାସରେ ଘୋଷଣା କରିଥିଲେ ଓଡ଼ିଶା ସରକାର। ସେହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମରଣୋତ୍ତର ସୁରଜ ସମ୍ମାନ ଭଞ୍ଜନଗରର ସ୍ବର୍ଗତ ପି.ପ୍ରିୟଙ୍କା ରାଣୀ ପାତ୍ର, ଭୁବନେଶ୍ୱରର ସ୍ବର୍ଗତ ସୁଚିତ୍ରା ଦାସ ଓ ଡେଲାଙ୍ଗର ସ୍ବର୍ଗତ ରାଜଲକ୍ଷ୍ମୀ ଦାସଙ୍କୁ ପ୍ରଦାନ କରାଯାଇଛି। ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଭାଟପଡ଼ା ଗ୍ରାମର ସୁରତରେ ମୃତ୍ୟୁ ବରଣ କରିଥିବା ବିପିନ ପ୍ରଧାନଙ୍କ ପରିବାର ସ୍ବର୍ଗତ ବିପିନଙ୍କ ଅଙ୍ଗଦାନ କରିଥିବା ଯୋଗୁଁ ୪ ଜଣଙ୍କ ଜୀବନ ବଞ୍ଚି ପାରିବା ସହ ଦୁଇ ଜଣ ଦୃଷ୍ଟି ଶକ୍ତି ଫେରିପାଇଥିଲେ। ସୁରଟ ମୁନିସିପାଲ କରପୋରେସନ ଅନ୍ତର୍ଗତ ସିଦ୍ଧାର୍ଥ ନଗରର ପ୍ଲଟ ନମ୍ବର ୨୩୭ ରେ ପରିବାର ସହ ରହୁଥିବା ବିପିନ ସୁରାଟର କିରଣ ହସପିଟାଲର ରେଜିଷ୍ଟ୍ରେସନ ନମ୍ବର ଏନଜେଡ ୨୦୨୦ – ୬୨୨ ପ୍ରକାରେ ଚିକିତ୍ସିତ ହେଉଥିବା ବେଳେ ୨୦୨୦ ମାର୍ଚ୍ଚ ୧୪ ତାରିଖରେ ବିପିନଙ୍କ ଦୁଇ ବୃକକ, ଯକୃତ, ହୃତପିଣ୍ଡ ଓ ଦୁଇ ଚକ୍ଷୁ ଦାନ ଯୋଗୁଁ ୬ ଜଣ ବ୍ୟକ୍ତିଙ୍କ ଶରୀରରେ ରୋପଣ କରାଯାଇଥିଲା। ଏଥିପାଇଁ ଗୁଜରାଟ ସରକାରଙ୍କ ପକ୍ଷରୁ ସ୍ବର୍ଗତ ବିପିନ ପ୍ରଧାନଙ୍କୁ ସମ୍ମାନିତ କରାଯାଇଛି। ଓଡ଼ିଶା ଓ ଗୁଜୁରାଟର ବିଭିନ୍ନ ଗଣମାଧ୍ୟମରେ ସ୍ବର୍ଗତ ବିପିନଙ୍କ ଅଙ୍ଗ ଦାନାକୁ ଉଚ୍ଚ ପ୍ରଶଂସା କରି ଖବର ପ୍ରକାଶ ପାଇଥିଲା।ତଥାପି ଭୁଲ ବଶତଃ ସ୍ବର୍ଗତ ବିପିନଙ୍କ ନାମ ଓଡ଼ିଶା ସରକାରଙ୍କ ସୁରଜ ସମ୍ମାନ ତାଲିକାରେ ସ୍ଥାନ ପାଇପାରି ନଥିବା ବେଳେ ସ୍ବର୍ଗତ ବିପିନ ପ୍ରଧାନଙ୍କୁ ମରଣୋତ୍ତର ସୁରଜ ସମ୍ମାନରେ ସମ୍ମାନିତ କରିବାକୁ ବୁଦ୍ଧିଜୀବୀ ବୃନ୍ଦ ଓଡ଼ିଶାର ସରକାରଙ୍କୁ ଅନୁରୋଧ କରିଛନ୍ତି।

ରିପୋର୍ଟ : ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here