ସବୁଜ ବାହିନୀ ପକ୍ଷ ରୁ ୭୪ ତମ ସ୍ବାଧିନତା ଦିବସ ପାଳନ

0
160

ବ୍ରହ୍ମପୁର, ୧୫/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ସ୍ଥାନୀୟ ପଞ୍ଚୁଦେବାଳୟ ମଠ ପରିସରରେ ଥିବା ବ୍ରହ୍ମପୁର ସବୁଜ ବାହିନୀ କାର୍ଯ୍ୟାଳୟ ସମ୍ମୁଖରେ ୭୪ ତମ ସ୍ବାଧିନତା ଦିବସ ପାଳନ କରାଯାଇଛି । ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ ।
ସମସ୍ତ ସଦସ୍ୟ ନିଜର ବ୍ୟକ୍ତିଗତ ସମୟ ବାହାର କରି ଏ ଭଳି ସାମାଜିକ ସଂଗଠନ ଗଠନ ପୂର୍ବକ ଦେଶ ମାତୃକାର ସେବା ଯଥା ବୃକ୍ଷ ରୋପଣ,ରକ୍ତ ଦାନ ଓ ପଶୁ ସୁରକ୍ଷା କରୁଥିବା ହେତୁ ମୁଖ୍ୟ ଅତିଥି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।ଆଜି ୭୪ ତମ ସ୍ବାଧିନତା ଦିବସ ଅବସରରେ ଆଡପଡା ସ୍ଥିତ ଇଷାଣେଶ୍ବର ପାଠାଗାର ଓ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ କନିଷି ଦୁମୁଦୁମି ଠାରେ ୭୪ ଗୋଟି ବୃକ୍ଷ ରୋପଣ ସହ ପଞ୍ଚୁଦେବାଳୟ ମଠ ପରିସରରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ମଠାଧିଶ ନିତ୍ୟ ଗୋପାଳ ଦାସ,ବନମାଳୀ ପ୍ରଧାନ,ସତ୍ୟ ନାରାୟଣ ଦାସ ,ବିଜେନ୍ଦ୍ର ମାଝୀ,ଦିପକ ପାତ୍ର,ଏମ.ପ୍ରକାଶ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here