ପ୍ଲଟ ବେପାରକୁ ନେଇ ଅପହରଣ । ଅପହୃତ ଯୁବକର ଥାନରେ ଏତଲା ।

0
250

ନୟାଗଡ଼,୧୭/୦୮/୨୦୨୦: ଦଶପଲ୍ଲା ଅଂଚଳରେ ପ୍ଲଟ ବେପାରକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ଅପହରଣ କରାଯାଇଥିବା ନେଇ ଅପହୃତ ଯୁବକ ନୂଆଗାଁ ଥାନାରେ ଅଭିଯୋଗ କରିଥିବା ଲାନଯାଇଛି ।ଅପହୃତ ଯୁବକର ଏତଲା ଏବଂ ତଦନ୍ତ କାଳୀନ ବୟାନକୁ ଭିତ୍ତିକରି ପୁଲିସ ଆଜି ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ଗିରଫ ହୋଇଥିବା ଚାରି ଜଣ ଯୁବକ ଦଶପଲ୍ଲା ଅଂଚଳର ସୁଜିତ କୁମାର ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ , ଜ୍ଞାନ ରଂଜନ ସିଠ, ସନ୍ତୋଷ କୁମାର ପ୍ରଧାନ ଥିବା ଜଣାଯାଇଛି ।। ସୂଚନାନୁସାରେ ଦଶପଲ୍ଲା ଅଂଚଳର ଅପହୃତ ସୁଦର୍ଶନ ସାହୁଙ୍କ ସହ ଏହି ଯୁବକମାନେ ମିଶି ପ୍ଲଟିଂ ବେପାର କରୁଥିବା ବେଳେ କୈାଣସି କାରଣକୁ କେନ୍ଦ୍ର କରି ଉକ୍ତ ଯୁବକମାନେ ତାଙ୍କୁ ଅପହରଣ କରିଥିବା ନେଇ ନୂଆଗାଁ ଥାନାରେ ସୁଦର୍ଶନ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ନୂଆଗାଁ ପୁଲିସ କିଛି ଯୁବକଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା । ଆଜି ଏହି ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ସୂଚନା ମିଳିଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here