ଓଡ଼ଗାଁ ବ୍ଲକର ପାଞ୍ଚ ପଞ୍ଚାୟତର କୋଡ଼ିଏ ଗାଁରୁ ହଟିଲା କଣ୍ଟେନମେଣ୍ଟ ।

0
338

 

ନୟାଗଡ଼, ୧୮/୦୮/୨୦୨୦:
ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଥିବା ବେଳେ ବ୍ୟାପକ ଭାବେ ଆକ୍ରାନ୍ତ ବାହାରୁଥିବା ଓଡ଼ଗାଁ ବ୍ଲକର ୫ ପଂଚାୟତରୁ କରୋନା ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି । ଯାହାକୁ ନେଇ ଆଜି ଜିଲ୍ଲାପାଳ ଡ. ପୋମା ୫ ଗୋଟି ପଂଚାୟତର ୨୦ ଗାଁକୁ କଣ୍ଟେନ୍‌ମେଣ୍ଟ ମୁକ୍ତ କରିଛନ୍ତି । ଓଡ଼ଗାଁ ବ୍ଲକର କୁରାଳ , କୋମଣ୍ଡ, ସୁନାମୁହିଁ , ଗିରିଡ଼ିପଲ୍ଲୀ, ପାଣ୍ଡେରିପଡ଼ା ପଂଚାୟତର ୨୦ ଖଣ୍ଡ ଗ୍ରାମ କଣ୍ଟେନ୍‌ମେଣ୍ଟ ମୁକ୍ତ କରାଯାଇଛି । କଣ୍ଟେନମେଣ୍ଟ ମୁକ୍ତ ହୋଇଥିବା ଗାଁ ଗୁଡ଼ିକ ହେଲା, ମାଳିସାହି, ବାଲିସିଂଶା, ଖଙ୍ଗାରପଲ୍ଲୀ, ସୁନାମୁହିଁ , ଲଣ୍ଡାବାଦୁ, ପଞ୍ଚୁପାଣ୍ଡବ, ଧଜୋଲା ,ଗିରିଡ଼ିପଲ୍ଲୀ , ପଥରାପଲ୍ଲୀ, ଝାଡ଼ସାହି , ତୋଟାସାହି, ତଣ୍ଟିଭୁଷାପଲ୍ଳି, କୁରାଳ , ନାଥିଆପଲ୍ଲୀ , ହନୁମନ୍ତିଆ, ଦୋଣ୍ଡର , ପାଣ୍ଡେରିପଡ଼ା, ଭାଲିଆଡିହି , ଦେଓଗାଁ ଏବଂ କୋମଣ୍ଡ ।

ସୂଚନାନୁସାରେ, ଓଡ଼ଗାଁ ବ୍ଲକ କୁରାଳ ପଂଚାୟତକୁ ଜିଲ୍ଲାପାଳଙ୍କ ଦ୍ଵାରା ଜୁଲାଇ ୧ ତାରିଖରୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯାଇଥିଲା । ଦୀର୍ଘଦିନ ହେବ ଏଠାରେ କଣ୍ଟେନ୍‌ମେଣ୍ଟ ଲାଗୁ କରାଯାଇଥିବା ବେଳେ ବ୍ୟବସାୟୀମାନେ ଏହାକୁ ନେଇ ବାରମ୍ବାର ଅସନ୍ତୋଷ ବ୍ୟକ୍ତ କରି ଆସୁଥିଲେ । ଗତ ୮ ତାରିଖରେ ଏନେଇ ବ୍ୟବସାୟୀମାନଙ୍କ ତରଫରୁ ମେଲ ଯୋଗେ ଜିଲ୍ଲାପାଳଙ୍କୁ ଅବଗତ କରିଥିବା ବେଳେ ଏହି ଅସନ୍ତୋଷ ଗତକାଲି ଉଗ୍ରରୂପ ଧାରଣ କରିଥିଲା । ବ୍ୟବସାୟୀମାନେ ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିବା ବେଳେ ଆଜି ଏହି ଅଂଚଳକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ମୁକ୍ତ କରିବା ପରେ ବ୍ୟବସାୟୀ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here