ସ୍ବାସ୍ଥ୍ୟ ପରିବାର ଗ୍ରାମୀଣ ପଞ୍ଚାୟତି ଯୋଜନା ନାମରେ ଜାଲ୍ ମେଡିକାଲ ସହାୟତା ନିଯୁକ୍ତି ପତ୍ର

0
364

ଛତ୍ରପୁର,୧୮/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ସ୍ବାସ୍ଥ୍ୟ ପରିବାର ଗ୍ରାମୀଣ ପଞ୍ଚାୟତୀ ଯୋଜନା ନାମରେ ମେଡିକାଲ ସହାୟତା ନିଯୁକ୍ତି ପତ୍ର ପ୍ରଦାନ କରାଯାଉଥିବା ଜିଲ୍ଲା ପ୍ରଶାସନର ନଜରକୁ ଆସିଛି, ଯାହାକି କପୋଳକଳ୍ପିତ ଓ ବୃଥା ଅଟେ । ଏ ଭଳି କୈଣସି ଯୋଜନା ନାହିଁ, କେହି ଜଣେ ଦୁର୍ବୃତ୍ତ ଏଭଳି ନିଯୁକ୍ତି ପତ୍ର ଦେଇ ଯୁବ ବର୍ଗଙ୍କ ଠାରୁ ଠକିନେଉଥିବା ଜଣାଯାଉଅଛି । ଏଭଳି ନିଯୁକ୍ତି ପତ୍ରକୁ ଖଣ୍ଡନ କରି ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଗଞ୍ଜାମ, ବ୍ରହ୍ମପୁରଙ୍କ ଦ୍ବାରା ଉଭୟ ଗଞ୍ଜାମ ଓ ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କୁ ଏହାର ଅନୁସନ୍ଧାନ ନିମନ୍ତେ ପତ୍ର ସଂଖ୍ୟା ୧୨୫୪୩ ତା. ୧୮.୦୮.୨୦୨୦ ରେ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here