ପବ୍‌ଜୀ ନେଲା ଜୀବନ : ଖେଳିବାକୁ ମାମୁଁ ମନାକରିବାରୁ ଆତ୍ମହତ୍ୟା କଲେ ଭଣଜା

0
178

ଚାନ୍ଦବାଲି,୧୮/୦୮/୨୦୨୦: ପବ୍‌ଜୀ ଖେଳକୁ ନେଇ ଆତ୍ମହତ୍ୟା କଲେ ଯୁବକ । ମାମୁଁ ବାରଣ କରିବାରୁ ଭଣଜା ଆତ୍ମହତ୍ୟା କରିଥିବା ଜଣାପଡିଛି । ବେକରେ ରଶି ଲଗାଇ ଭଣଜା ଜୀବନ ହାରିଛନ୍ତି। ମୃତ ଭଣଜାଙ୍କ ଘର ଚାନ୍ଦବାଲି ଥାନା ପାଣିଜରିଆ ଗ୍ରାମରେ। ମୃତକ ହେଉଛନ୍ତି ଅମୁଲ୍ୟ ସାହୁଙ୍କ ପୁଅ ଗଣେଶ । ତାଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଗଣେଶ ଧାମରା ଅଞ୍ଚଳସ୍ଥିତ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ । ପୂର୍ବରୁ ଗଣେଶ ବାହାର ରାଜ୍ୟରେ ରହୁଥିଲେ। ମହାମାରୀ କରୋନା ପାଇଁ ଘରକୁ ଫେରି ଆସିଥିଲେ। ପରେ ଧାମରା ଗୁଆଁଳ ଅଞ୍ଚଳର ପ୍ରମୋଦ ସାହୁଙ୍କ ଚିଙ୍ଗୁଡି ଘେରୀରେ ସମ୍ପର୍କୀୟ ମାମୁଁଙ୍କ ସହିତ କାମ କରୁଥିଲେ। ଗଣେଶ ଅଧିକାଂଶ ସମୟରେ ନିଜ ମୋବାଇଲ୍‌ରେ ପବ୍‌ଜୀ ଗେମ୍ ଖେଳୁଥିଲେ । ଏଥିପାଇଁ ମାମୁଁ ଅସନ୍ତୋଷ ପ୍ରକାଶ କରିଥିଲେ । ଆଉ ମୋବାଇଲରେ ଏଭଳି ସମୟ ଅପଚୟ ନ କରିବାକୁ ତାଙ୍କୁ ବାରଣ କରିଥିଲେ । ଏହାକୁ ନେଇ ମାମୁଁ-ଭଣଜା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ରବିବାର ଗଣେଶଙ୍କ ମୋବାଇଲକୁ୍‌ ମାମୁଁ ଛଡ଼ାଇ ନେଇଥିଲେ । ସୋମବାର ସକାଳେ ଗଣେଶ ଘେରୀରେ ସମସ୍ତ କାମ ସାରିଥିଲେ । ଘେରୀର ଥିବା ପଲା ଭିତରେ ପଶି ବେକରେ ରଶି ଲଗାଇ ଦେଇଥିଲେ। ସାଥି କର୍ମଚାରୀ ଗଣେଶ ଝୁଲୁଥିବା ବେଳେ ଛାଟିପିଟି ହେଉଥିବା ଦେଖି ତଳକୁ ରଶି କାଟି ଓହ୍ଲାଇ ଥିଲେ । ତାଙ୍କୁ ବାସୁଦେବପୁର ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here