ଜମିଜମା ପଟ୍ଟା କୁ ନେଇ ବ୍ରହ୍ମପୁର ଓ ନୟାଗଡ଼ ମୁଖ୍ୟ ସଡ଼କକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ ।

0
124

ବ୍ରହ୍ମପୁର, ୨୭.୦୮.୨୦୨୦: ଗଂଜାମ ଜିଲ୍ଲା ବୁଗୁଡା ଥାନା ଆଦିପୁର ଗ୍ରାମର ଶତାଧିକ ଚାଷୀ ବର୍ଷ ବର୍ଷ ଧରି ଚାଷ କରୁଥିବା ନିଜ ଚାଷ ଜମିର ପଟ୍ଟା ପାଇଁ ରାଜ ରାସ୍ତା ଓହ୍ଲାଇ ଛନ୍ତି । ଏପରିକି ବୁଗୁଡା ପିପୁଲ୍ସ କଲେଜ ଛକ ଠାରେ ବ୍ରହ୍ମପୁର ଓ ନୟାଗଡ଼ ଯିବା ଆସିବା ମୁଖ୍ୟ ରାସ୍ତାକୁ ଟାୟାର ପକାଇ ଦିର୍ଘ ୭ ଘଣ୍ଟା ଧରି ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀମାନେ । ଅନେକ ବର୍ଷ ଧରି ଆଦିପୁର ଗ୍ରାମର ଚାଷୀମାନେ ବିରଞ୍ଚି ନାରାୟଣ ମନ୍ଦିରର ଚାଷଜମି କୁ ଚାଷ କରୁଥିଲେ ମଧ୍ୟ ଆଜି ସୁଦ୍ଧା ସେମାନଙ୍କୁ ସରକାରଙ୍କ ନିୟମ ପ୍ରକାରେ ଜମି ପଟ୍ଟା ଦିଆଯାଇ ନାହିଁ । ଯାହାକୁ ନେଇ ସମସ୍ତ ଚାଷୀ ଏକତ୍ରିତ ହୋଇ ରାସ୍ତା ଅବରୋଧ କରିଥିବା ଜଣାପଡିଛି । ଉକ୍ତ ଘଟଣା କୁ ନେଇ ବୁଗୁଡା ଥାନା ଅଧିକାରୀ , ବିଡ଼ିଓ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ତକ୍ତ ଚାଷୀଙ୍କୁ ବୁଝା ଶୁଝା କରିଥିଲେ ଯାହାକି ଦିର୍ଘ ୭ଘଣ୍ଟା ପରେ ଚାଷୀ ଧାରଣାରୁ ହଟିଥିଲ । ସୂଚନା ଅନୁଯାୟୀ ବୁଗୁଡା ଥାନାଧିକାରୀ କହିବାଅନୁସାରେ ଗ୍ରାମର ଏକ ପନ୍ଦର ଜଣିଆ କମିଟି ସହିତ ବିରଞ୍ଚି ନାରାୟଣ ମଠ ମହନ୍ତ ଏବଂ ପ୍ରଶାସନିକ ଅଧିକାରୀ ରହି ଏହି ବିବାଦର ସମାଧାନ କରିବାକୁ କହିଥିଲେ । ଏହାପରେ ଗ୍ରାମରେ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ଏହାପରେ ବିରଞ୍ଚି ନାରାୟଣ ମଠ ମହନ୍ତ କୁ ଭେଟିଥିଲୁ ଯାହାକି କ୍ଯାମେରା ଆଗକୁ ନ ଆସି ନିଜର ପ୍ରତିକ୍ରିୟାରେ କହିଥିଲେ ସେ ଏହା ହେଉଛି ବିରଞ୍ଚି ନାରାୟଣ ସମ୍ପତ୍ତି ମୋର ନୁହେଁ ଯଦି ସେମାନେ ପାଇବା ପାଇଁ ଅଛି ନିୟମ ଅନୁଯାୟୀ ଆବେଦନ କରନ୍ତୁ ସରକାର ଯାହା ନିସ୍ପତି ନେଇ ଅର୍ଥ ଧାର୍ଯ୍ୟ କରିବେ ସେଥିରେ ମୋର କହିବାର ନାହିଁ । ତାଙ୍କର ହକ୍ ଯାହା ସେମାନେ ପାଆନ୍ତୁ ।

LEAVE A REPLY

Please enter your comment!
Please enter your name here