ଏସପିଙ୍କୁ ସୁରକ୍ଷା ମାଗିଲେ ମା ଓ ଭିନ୍ନକ୍ଷମ ପୁଅ

0
176

ବ୍ରହ୍ମପୁର, ୨୯/୦୮/୨୦୨୦: , ଲକ୍ଷ୍ମଣ ନଗର ନିବାସୀ ରଞ୍ଜୁ ବେହେରା ଏବଂ ତାଙ୍କ ଭିନ୍ନକ୍ଷମ ପୁଅ ସନ୍ତୋଷ ବେହେରାଙ୍କ ଜୀବନ ପ୍ରତି ବିପଦ ରହିଥିବା ଅଭିଯୋଗ କରି ସୁରକ୍ଷା ନିମନ୍ତେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ଦ୍ୱାରସ୍ଥ ହୋଇଛନ୍ତି ରଞ୍ଜୁ । ମିଳିଥିବା ସୂଚନା ପ୍ରକାରେ ବଡବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡିର ନକୁଳ ବେହେରାଙ୍କୁ ବିବାହ କରିଥିଲେ ରଞ୍ଜୁ ବେହେରା। ନକୁଳ ପୂର୍ବରୁ ବିବାହିତ ଥିବା ସତ୍ତ୍ଵେ ଏହା ନ ଜଣାଇ ରଞ୍ଜୁଙ୍କ ସହିତ ପ୍ରଥମ ବିବାହ କଥା ଲୁଚାଇ ବିବାହ କରିଥିଲେ ।ଏହି ବିବାହ ଗ୍ରାମବାସୀଙ୍କ ସହଯୋଗରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲେ ମଧ୍ୟ ପର ସମୟରେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଝାଟି ଲାଗି ରହୁଥିଲା । ସମୟ ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ମଧ୍ୟ ପାରିବାରିକ ଝଗଡାର ଆପୋଷ ସମାଧାନ କରାଯାଉ ଥିଲା । ନକୁଳ ପଥର ଚିପ୍ସ କାରଖାନା ପରିଚାଳନା କରୁଥିଲେ ।ବ୍ୟବସାୟ ନିମନ୍ତେ ଆବଶ୍ୟକ ପଡିଲେ ରଞ୍ଜୁଙ୍କ ଠାରୁ ଟଙ୍କା ନେଇ ବେପାର କରିଥିଲେ ।ଗତ କିଛିଦିନ ପୂର୍ବେ ହଠାତ୍ ନକୁଳଙ୍କ ଦେହ ଖରାପ ହେତୁ ରଞ୍ଜୁ ଚିକିତ୍ସା ନିମନ୍ତେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ ।ପରନ୍ତୁ ଚଞ୍ଚକତା କରି ନକୁଳଙ୍କ ପ୍ରଥମ ପକ୍ଷ ସ୍ତ୍ରୀଙ୍କ ପରିବାର ପକ୍ଷରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବିଶାଖାପାଟଣା ନେଇ ଯାଇଥିଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲ ।ଏହି ବିଷୟରେ ରଞ୍ଜୁଙ୍କୁ ଶୁଦ୍ଧିକ୍ରିୟା ପର୍ଯନ୍ତ କୌଣସି ସୂଚନା ମଧ୍ୟ ଦିଆ ଯାଇ ନଥିଲା । ବର୍ତ୍ତମାନ ରଞ୍ଜୁ ଓ ତାର ଭିନ୍ନକ୍ଷମ ପୁଅର ଚଳିବା ପାଇଁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡୁଛି ।ଏହି ସମୟରେ ସ୍ୱାମୀଙ୍କ ରହିଥିବା ଫେକ୍ଟ୍ରିରୁ କିଛି ସହାୟତା ପାଇଁ ଯାଇଥିଲା ବେଳେ ସେଠାରେ ତାଙ୍କୁ ଓ ତାଙ୍କ ଭିନ୍ନକ୍ଷମ ପୁଅକୁ ଦୁର୍ବ୍ୟବହାର କରିବା ସହିତ ଜୀବନରୁ ମାରିବାକୁ ପ୍ରଥମ ପତ୍ନୀଙ୍କ ସମ୍ପର୍କୀୟ ଶଙ୍କର ବେହେରା ଧମକ ଦେଇଥିବା ରଞ୍ଜୁ ବ୍ରହ୍ମପୁର ଏସପିଙ୍କ ଅନୁପସ୍ଥିତି ଥିବାରୁ ଅତିରିକ୍ତ ଏସପିଙ୍କୁ ଅଭିଯୋଗ କରିଛନ୍ତି ।

ରିପୋର୍ଟ – ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here