ବୃତଙ୍ଗ ନଦୀରେ ଭାସିଗଲେ ଚାରି ନାବାଳିକା । ତିନି ଉଦ୍ଧାର ,ଜଣେ ମୃତ

0
241

ନୟାଗଡ,୩୦/୦୮/୨୦୨୦: ଦଶପଲ୍ଲା ଥାନା ଟାକରା ପଂଚାୟତ ବୁରୁସାହି ଗାଁରେ ଏକ ଅଭାବନୀୟ ଘଟଣାକ୍ରମରେ ୪ ଜଣ ନାବାଳିକା ଗାଧୋଉଥିବା ବେଳେ ବୃତଙ୍ଗ ନଦୀରେ ଭାସିଯାଇଥିବା ସୂଚନା ମିଳିଅଛି । ବର୍ଷା କାଳୀନ ପ୍ରଖର ସ୍ରୋତରେ ଗାଧୋଉ ଥିବା ବେଳେ ଅଘଟଣ କ୍ରମେ ଜଳ ସ୍ରୋତରେ ଭାସି ଯାଇଥିଲେ। ଖବରପାଇ ସ୍ଥାନୀୟ ଲୋକ ଏବଂ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଗଭୀର ସ୍ରୋତରୁ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ନାବାଳିକାକୁ ପ୍ରଖର ସ୍ରୋତରୁ ମୃତ୍ ଅବସ୍ଥାରେ ଉଦ୍ଧାର କରିଛନ୍ତି । ମୃତା ନାବାଳିକା ଜଣଙ୍କ ବୁରୁସାହି ଗ୍ରାମର ଶ୍ରଦ୍ଧାଞ୍ଜଳି ମାଝୀ ବୋଲି ସୂଚନା ରହିଅଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here