ଗଣିଆ ଓ ଭାପୁର ବ୍ଲକରେ ବନ୍ୟାର ଭୟାବହ ସ୍ତୁତି । ଦୁର୍ଦ୍ଦଶାରେ କ୍ଷତିଗ୍ରସ୍ତ ଅଞ୍ଚଳବାସୀ ନିଦାବିଷ୍ଣୁ ପ୍ରଶାସନ ।

0
655

ନୟାଗଡ଼, ୩୦/୦୮/୨୦୨୦: ଜିଲ୍ଲାର ଦୁଇଟି ବ୍ଲକ ଭାପୁର ଏବଂ ଗଣିଆରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ମଧ୍ୟ ସମାନ ସ୍ଥିତି ରହିଥିବା ଜଣା ଯାଇଅଛି । ଗତକାଲି ସୁଦ୍ଧା ଉତ୍ପନ୍ନ ବନ୍ୟା ସ୍ଥିତିରେ ଯେଉଁ ପରିମାଣର ପାଣି ରହିଥିଲା ଆଜି ତାହା କିଛି ପରିମାଣରେ କମିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା କିନ୍ତୁ କମି ନଥିବା ଜଣାଯାଇଛି । ଚାରି ଦିନ ଧରି ପାଣି ଘେରରେ ରହିଥିବା ୪୦ ରୁ ଉର୍ଦ୍ଧ୍ୱ ଗାଁରେ ଫସି ରହିଥିବା ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ଗଣିଆ ବ୍ଲକର ବିଭିନ୍ନ ଅଂଚଳର ଲୋକଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସରି ଆସୁଥିବା ବେଳେ ପ୍ରଶାସନ ପକ୍ଷରୁ କୈାଣସି ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ନେଇ ଅଭିଯୋଗ ହେଉଅଛି । ଗଣିଆ ବ୍ଲକର ଗଣିଆ-ଛାମୁଣ୍ଡିଆ ରାସ୍ତାର ରାସଙ୍ଗ ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ସାଢ଼େ ତିନି ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଅଛି । ଫଳରେ ରାସଙ୍ଗ, ଛାମୁଣ୍ଡିଆ ଓ ବଡ଼ସିଲିଙ୍ଗା ପଞ୍ଚାୟତ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଅଛି । ରାସଙ୍ଗଠାରୁ ଛାମୁଣ୍ଡିଆକୁ ଯାତାୟତ ବିଚ୍ଛିନ୍ନ ହୋଇଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଗୋଟିଏ ମାତ୍ର ବୋଟ ର ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ତୀବ୍ର ହେଉଛି । ପ୍ରଶାସନ ପକ୍ଷରୁ ଅନ୍ୟ ଏକ ବୋଟର ବ୍ୟବସ୍ଥା କରିବା ପାଇଁ ଅଂଚଳବାସୀ ଦାବି କରୁଛନ୍ତି । ସେହିଭଳି ଭାବରେ ଅନ୍ୟତମ ବନ୍ୟାଞ୍ଚଳ ଭାବେ ଭାପୁର ବ୍ଲକର ପାଣିଘେରରେ ରହିଥିବା ମଣିପୁର, ମାଣିତ୍ରୀ ଏବଂ କରବର ଅଂଚଳରେ ବନ୍ୟା ପୀଡ଼ିତଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଉଛି । ଗଣିଆ ଭଳି ଏହି ଅଂଚଳରେ ମଧ୍ୟ ସମାନ ସମାସ୍ୟା ଦେଖାଯାଇଥିଲେ ସୁଦ୍ଧା ଜିଲ୍ଲା କିମ୍ବା ବ୍ଲକ୍ ପ୍ରଶାସନ ଏଥିପ୍ରତି ନଜର ଅନ୍ଦାଜ କରୁଥିବା ଅଞ୍ଚଳ ଅଧିବାସୀ ଅଭିଯୋଗ କରିଛନ୍ତି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here