ସାର ପାଇଁ ଚାଷୀ ମାନଙ୍କ ର ହଟହଟା

0
153

 

ଶେରଗଡ,୦୪/୦୯/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି)ଶେରଗଡ ବ୍ଳକ ଅଂଚଳରେ ସାର କିଣିବା ଚାଷୀ ଙ୍କ ହଟହଟା କହିଲେ ନସରେ।ୟୂରିଆ ସାର ର ଅଭାବରେ ଧାନ ଗଛ ଉଧେଇବ ନାହିଁ।ଧାନ ଫସଲ ଉଜୁଡ଼ି ଯିବ, ଏହା ଚାଷୀ ର ନିଦ ହଜାଇ ଦେଇଛି ।ତେବେ ସରକାର ଏକ୍ଷେତ୍ର ରେ ଉଦାସିନତା ପ୍ରକାଶ କରୁଥିବା ଚାଷୀମାନେ ଭାଙ୍ଗି ପଡିଛନ୍ତି।ଆଜି ଶେରଗଡ ବ୍ଲକ ର ବଂଧାଗୁଡା ପଂଚାୟତ ରେ ୟୂରିଆସାର ମିଳିବ ବୋଲି ଚାଷୀ ମାନେ ଶୁଣିବାକୁ ପାଇ ସକାଳୁ ସକାଳୁ ଚାଷୀ ମାନେ ସାର୍ କିଣିବା ପାଇଁ ସୋସାଇଟି ଓ ପଂଚାୟତ ସମ୍ମୁଖରେ ଶହଶହ ସଂଖ୍ୟା ରେ ଅଖିଆ ଅପିଆ ଧାଡି ଲଗାଇ ମଧ୍ଯାହ୍ନ ଯାଏଁ ଅପେକ୍ଷା କରି ନିରାଶ ରେ ଫେରିଛନ୍ତି ।କରୋନା ଯନ୍ତ୍ରଣା ଠାରୁ ଚାଷୀ ଙ୍କୁ ସାର ନମିଳିବା ଯନ୍ତଣା ଅଧିକ ବଳେଇଯାଇଛି।ଚାଷୀ ର ଦୁଃଖ ବୁଝିବା ପାଇଁ ପ୍ରଶାସନ ଆଗ୍ରହୀ ନଥିବା ଚାଷୀ ଉପଲବ୍ଧି କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here