ଗଣିଆ ଥାନା ଅଞ୍ଚଳରୁ ଗଞ୍ଜେଇ ଚାଲାଣ ଅଲ୍ଟୋ କାର କୁ ଜବତ କଲା ପୋଲିସ ।

0
164

ନୟାଗଡ଼,୦୫/୦୯/୨୦୨୦ , ଗଣିଆ ଥାନା ଅଂଚଳରୁ ଗଣିଆ ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ଏବଂ ରେଂଜର ସୋନାଲି ସିଅଙ୍କ ମିଳିତ ଉଦ୍ୟମରେ ଏକ ଅଲ୍‌ଟୋ କାର ରେ ନଂ ଓ ଆର୍ – ୦୨ ଏ ୱାଇ ୫୮୮୭ କୁ ଜବତ କରିବା ସହିତ ଚାଲାଣ କରାଯାଉଥିବା ଗଞ୍ଜେଇ ଜବତ କରାଯାଇଛି । ସୂଚନାନୁସାରେ , ଗତକାଲି ରାତିରେ ଏହି ଅଲ୍‌ଟୋ କାରରେ ଗଞ୍ଜେଇ ଆସୁଥିବା ନେଇ ଗଣିଆ ଥାନା ଅଧିକାରୀ କୈାଣସି ସୁତ୍ରରୁ ଖବରପାଇ ବନବିଭାଗ ସହ ଯୋଗାଯୋଗ କରିଥିଲେ । ବନବିଭାଗ କର୍ମଚାରୀଙ୍କ ପକ୍ଷରୁ ଘୋଳାହାଣ୍ଡି ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା ଗାଡ଼ିକୁ ଧରିବାରେ ସକ୍ଷମ ହୋଇଥିବା ଜଣାଯାଇଛି । ଏହି କାରରେ ୭୦ କେଜି ଗଞ୍ଜେଇ ଯାଉଥିବା ବେଳେ ଗାଡ଼ି ଓ ଗଞ୍ଜେଇ ଏବେ ବନବିଭାଗ ହେପାଜତରେ ରହିଛି । ଅନ୍ୟପକ୍ଷେ ଗାଡ଼ି ଚାଳକ ଫେରାର ହୋଇ ଯାଇଥିବା ବେଳେ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ମଧ୍ୟ ଜଣା ଯାଇଅଛି ।
ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here