ବିଷାକ୍ତ ସାପ କାମୁଡ଼ାରେ ରବିନ୍ଦ୍ର ଙ୍କ ମୃତ୍ୟୁ

0
143

 

ବ୍ରହ୍ମପୁର,୦୬/୦୯/୨୦୨୦(ଟୁକୁନା ପ୍ରଧାନ) -: ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତ ମହୁରିଆ ସାହିରେ ଏକ ବିଷାକ୍ତ ସର୍ପ ଦଂଶନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣା ରୁ ପ୍ରକାଶ ଯେ ମର୍ଦ୍ଦକୋଟ ମହୁରିଆ ସାହିର ଆନନ୍ଦ ପାତ୍ର ଙ୍କ ପୁଅ ରବିନ୍ଦ୍ର କୁମାର ପାତ୍ର (୪୫) ଅପରାହ୍ନ ସମୟରେ ନିଜ ଜମିକୁ ଯାଇ ଫସଲ ଦେଖୁଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା ।ତାଙ୍କୁ ଖଲ୍ଲିକୋଟ ମେଡିକାଲ୍ କୁ ନିଆଯାଇଥିଲା ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ଯ ହୋଇଥିବା ଜଣାପଡିଛି । ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ପରେ ହସ୍ତାନ୍ତର କରିବ ବୋଲି ଜଣାପଡିଛି । ମୃତକ ଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here